ଖରସ୍ରୋତା ନଦୀରେ ନିର୍ମାଣ ହେବ ବ୍ୟାରେଜ
ଯାଜପୁର – ଯାଜପୁର ଜିଲ୍ଲା ବରୀ ତହସିଲ ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତର ବଗମରା ଘାଟ ନିକଟ ଖରସ୍ରୋତା ନଦୀ ଉପରେ ଏକ ବ୍ୟାରେଜ ଓ ସେତୁ ନିର୍ମାଣ ହେବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥାନ ନିରୁପଣ ପାଇଁ ସର୍ଭେ କରାଯାଇଛି।ଏଥିରେ ମୁଖ୍ୟମନ୍ତ୍ରୀ ବିଘ୍ନରାଜ ପୁରୋହିତ,ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ,କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ପହଞ୍ଚି ସ୍ଥାନ ନିରୁପଣ କରିବା ସହିତ ସ୍ଥାନିୟ ଲୋକଙ୍କ ସହ ଆଲୋଚନା କରିଥିଲେ।ଏହି ବ୍ୟାରେଜ ନିର୍ମାଣ ହେଲେ ବିଂଝାରପୁର,ବରୀ,ଆଳି ଓ ରାଜକନିକା ବ୍ଳକର ବହୁ ଲୋକେ ଉପକୁର୍ତ୍ତ ହୋଇପାରିବେ ବୋଲି କୁହାଯାଇଛି।ଏହି ସମୟରେ ସେକ ସଫିକୁଦ୍ଦିନ,ବରୀ ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷା ଭାରତୀ ବେହେରା, ମଧୁସୂଦନପୁରର ପ୍ରାକ୍ତନ ସରପଞ ପ୍ରମୋଦ କୁମାର ସାମଲ,ରଣପୁର ର ପୃର୍ବତନ ସରପଞ୍ଚ ଅଟଳ ବିହାରି ନାୟକ ଙ୍କ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ