ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଭେଣ୍ଡିଙ୍ଗଜୋନ୍ କାହାସ୍ୱାର୍ଥରେ!
କୁକୁର, ଗାଈଗୋରୁଙ୍କ ପାଲଟିଛି ଆଡ୍ଡାସ୍ଥଳୀ
ତାଳଚେର, ୧୭/୦୪ ତାଳଚେର ପୌରପରିଷଦ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ପକ୍ଷରୁ ସ୍ଥାନୀୟ ଲିଙ୍ଗରାଜ ରାସ୍ତା ପାଶ୍ୱର୍ରେ ୨୮/୦୧/୨୦୨୪ ତାରିଖରେ ପୂର୍ବତନ ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ବ୍ରିଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ଉପନଗରପାଳ ସୁଶ୍ରୀ ଶୁଭଶ୍ରୀ ପ୍ରଧାନ, ୧୫ନମ୍ବର କାଉନସିଲର ସବିତା ପାଲ, ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ବଳୟ ଦେହୁରୀଙ୍କ କରକମଳରେ ଭେଣ୍ଡିଙ୍ଗ ଜୋନର ଶୁଉଦଘାଟନ କରାଯାଇଥିଲା । ଉଦଘାଟନର ଏକବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ହେଁ ଏହି ଭେଣ୍ଡିଙ୍ଗଜୋନରେ ଏବେ ଗାଈଗୋରୁ ଓ କୁକୁର ମାଙ୍କଡ଼ ସମେତ ସଞ୍ଜନଇଁଗଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଉକ୍ତ ଭେଣ୍ଡିଙ୍ଗଜୋନ ଲକ୍ଷାଧିକ ଟଙ୍କା ବିନିଯୋଗରେ ନିର୍ମାଣ କରାଯାଇଥିଲେ ମଧ୍ୟ ଭେଣ୍ଡିଙ୍ଗ ଜୋନରେ ନବସି ରାସ୍ତା କଡ଼ରେ ଶହଶହ ବ୍ୟବସାୟୀ ବସି କାରବାର କରିବା ଫଳରେ ଉକ୍ତ ରାସ୍ତାଟି ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣାମାନ ମଧ୍ୟ ଘଟୁଛି । ଏସମ୍ପର୍କରେ ପରିବା ବ୍ୟବସାୟୀଙ୍କୁ ପାଚରିବାରୁ ସେ କୁହନ୍ତିକି ଏହି ଗୃହ ଗୁଡ଼ିକ ଅତି ଛୋଟ ଓ ଟିଣଗୃହ ହୋଇଥିବାରୁ ସେଠାରେ ପନିପରିବା ରଖି କାରବାର କରିବା ଆଦୌ ସମ୍ଭବପର ନୁହଁ । କାରଣ ତାଳଚେରର ଜଳବାୟୁ ବର୍ତମାନ ଯାହା ସେଥିରେ ପରିବା ପଚିଷଢ଼ି ନଷ୍ଟ ହେବା ସହ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ ବୋଲି ସେମାନେ ଏହା ପ୍ରକାଶ କରିଛନ୍ତି । ଏସମ୍ପର୍କରେ ନିର୍ବାହୀଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା । ପ୍ରକାଶ ଥାଉକି, ଭେଣ୍ଡିଙ୍ଗଜୋନ ନିର୍ମାଣ କରିବା ସମୟରେ ପୌରପିଷଦ ସମସ୍ତ ବ୍ୟବସାୟୀଙ୍କୁ ନେଇ ଏକ ବୈଠକ କରାଯିବାପରେ ସେମାନଙ୍କ ମତାମତରେ ଯଦି ଏହା ନିର୍ମାଣ କରାଯାଇଥାନ୍ତା ତେବେ କୌଣସି ସମସ୍ୟା ଆଜି ଉପୁଜିନଥାନ୍ତା ବୋଲି ଚର୍ଚ୍ଚା ହେଉଛି । ଏହି ଗୃହ ଗୁଡ଼ିକ ପାଇଁ କିଛି ବ୍ୟବସାୟୀ ଆଜକୁ ୫ମାସ ହେବ ୫ହଜାର ଲେଖାଏ ଡ଼୍ରାଫ୍ଟ ମାଧ୍ୟମରେ ଦେଇଥିବା ବ୍ୟବସାୟୀଙ୍କ ସୂତ୍ରରୁ ଜଣାପଡ଼ିଛି । କିନ୍ତୁ ଏହି ଗୃହ ନିର୍ମାଣର ଶେଷ ହେବାପରେ ମଧ୍ୟ ବ୍ୟବସାୟୀଙ୍କୁ ବଂଟନ କରାଯାଇନଥିବା ଜଣାପଡ଼ିଛି । ତେବେ ଏଥିପ୍ରତି ତୁରନ୍ତ ପୌରପରିଷଦ ନିର୍ବାହୀ ଅଧିକାରୀ ଦୃଷ୍ଟି ଦେଇ ବ୍ୟବସାୟୀଙ୍କ ନିମନ୍ତେ ଭେଣ୍ଡିଙ୍ଗଜୋନର ପରିଚାଳନା ବ୍ୟବସ୍ଥା କରାଯାଇ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଦିଗରେ ଧ୍ୟାନଦେବାକୁ ସାଧାରଣରେ ଦାବି ହେଉଛି।