ତାଳଚେରର ବିଭିନ୍ନ ସ୍ଥାନରେ ବିଜୁବାବୁଙ୍କ ଶ୍ରାଦ୍ଧଦିବସ ପାଳିତ

ଭିନ୍ନଭିନ୍ନ ଭାବେ ଶ୍ରାଦ୍ଧଦିବସକୁ ନେଇ ଚର୍ଚ୍ଚାତାଳଚେର, ୧୭/୦୪ ନୂତନ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ତାଳଚେରର ଅଗ୍ରଣୀ ଅନୁଷ୍ଠାନ ପ୍ରଗତିମଂଚ ପକ୍ଷରୁ ବିଧିବଦ୍ଧ ଭାବେ ପାଳନ କରାଯାଇଛି । ଦେଉଳବେଡ଼ା ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠାନର ଆବାହାକ ଜ୍ୟୋତିରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେଡ଼ି ସମନ୍ୱୟ କମିଟି ସଦସ୍ୟ ମହେଶ ସାହୁ ଯୋଗଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଓ ବିଭିନ୍ନ ସ୍ଥାନରେ ରହିଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିରେ ବହୁ ବିଜେଡ଼ି କର୍ମକର୍ତା ଉପସ୍ଥିତ ଥିଲେ । ସେହିଭଳି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ତାଙ୍କ ସମର୍ଥକ ସହ ତାଳଚେର ଜଗନ୍ନାଥ ମନ୍ଦିର ସ୍ଥିତ ବ୍ରାହ୍ମଣୀନଦୀ କୂଳରେ ପୂଜାର୍ଘ୍ୟ କରି ସାରିବାପରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ତେବେ ବିଜେଡ଼ିର ଦଳ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ବିଜୁ ଶ୍ରାଦ୍ଧ ଦିବସକୁ ପାଳନକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଥିବା ସହ ବିଭିନ୍ନ ମହଲରେ ଏହାକୁ ନେଇ ଚର୍ଚ୍ଚା ଯୋରଧରିଛି ।