ଭୈନାତୋରା ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
ଅମ୍ବାଭୋନା-ଅଦ୍ୟ ତା ୨୨/୦୪/୨୦୨୫ ମଙ୍ଗଳବାର ଦିନ ଅମ୍ବାଭୋନା ବ୍ଳକ୍ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୈନାତୋରା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୁଣ ସାଗର ପଣ୍ଡା ଙ୍କ ସଭାପତିତ୍ବରେ ତଥା ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଟଲି ନିର୍ବାଚନମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅମ୍ବାଭୋନା ବ୍ଳକର ବି ଇ ଓ ଶ୍ରୀମତୀ ଭାବନା ସାହୁ, ଏ ବି ଇ ଓ ମୋହନ ଚରଣ ମହନ୍ତ,ସମାଜ ସେବୀ ତଥା ଅଟଳ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଶିବାଜୀ ପଟେଲ, ଗୁନାରୁ ପଧାନ, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷକ ରମେଶ ସାହୁ, ପ୍ରଶିକ୍ଷକ ଜନକ ସେଠ୍ ଭୈନାତୋରା ସରପଞ୍ଚ ଶ୍ରୀମତୀ ବିଜୟା ଲକ୍ଷ୍ମୀ ଦେହେରୀ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଶିକ୍ଷକ ସନ୍ତୋଷ ମାଝୀ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଗୁଣ ସାଗର ପଣ୍ଡା ବିଦ୍ୟାଳୟ ର ବିବରଣୀ ପାଠ କରିଥିଲେ । ଓ ଏ ଭି, ନବୋଦୟ, ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ବିଦ୍ୟାଳୟ ପରିଚାଳନା କମିଟି ର ଚେୟାରମେନ, ସଭ୍ୟ ସଭ୍ୟା, ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ବିଜୁଳି ଦୁଆନ ଧନ୍ୟବାଦ ଅର୍ପଣ କରିଥିଲେ ।