ନାଉବାଙ୍କ ଗ୍ରାମର ମା ହରଚଣ୍ଡୀ କୀର୍ତ୍ତନ ମଣ୍ଡଳୀର ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି

ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କ ଗ୍ରାମର ମା ହରଚଣ୍ଡୀ କୀର୍ତ୍ତନ ମଣ୍ଡଳୀର ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଶୁଭାଧିବାସ ଦ୍ବିତୀୟ ଦିନରେ ନାମ ଯଜ୍ଞ ଏବଂ ତୃତୀୟ ଦିନରେ ନଗର ପରିକ୍ରମା ପାଳିତ ହୋଇଯାଇଛି। ଏହି ତିନିଦିନରେ ସମସ୍ତଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ବାତାବରଣ ସୁଷ୍ଟି ହୋଇଥାଏ। କାହିକି ନା ବର୍ଷରେ ଥରେ ସମସ୍ତେ ଏକତ୍ରିତ ହୁଅନ୍ତି।ଓ ଭାଇଚାରାର ସମ୍ପର୍କ ଆହୁରି ମଜଭୂତ ହୋଇଥାଏ ।ଏ ସମସ୍ତ କାର୍ଯ୍ୟକ୍ରମକୁ ନାଉବାଙ୍କର ମା ହରଚଣ୍ଡୀ କୀର୍ତ୍ତନ ମଣ୍ଡଳୀର ସଭ୍ୟ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।ମା ହରଚଣ୍ଡୀ କୀର୍ତ୍ତନ ମଣ୍ଡଳୀର ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ