ୟୁପିଏସସିରେ ଗୋପିନାଥଙ୍କ ସଫଳତା
ତାଳଚେର, ୨୫/୦୪ କେନ୍ଦ୍ରୀୟ ଲୋକସଭା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ତାଳଚେର ବ୍ଲକ ଘଂଟପଡ଼ା ଗ୍ରାମର ଗୋପିନାଥ ସାହୁ । ଏହି ସଫଳତା ପରେ ତାଙ୍କୁ ପ୍ରତ୍ୟେକ ମହଲରୁ ଶୁଭେଚ୍ଚାର ସୂଅ ଛୁଟିଛି । ୨୬ବର୍ଷିୟ ଗୋପିନାଥ ତାଳଚେର ଥର୍ମାଲ ଡ଼ିଏଭିରେ ଦଶମ ଓ ଏନଟିପିସି ଡ଼ିଏଭିରୁ +୨ ପାସ୍ କରିଥିଲେ । ଡ଼ାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ହେଁ ସେ ଏନଆଇଟି ମେଡ଼ିକାଲ ରାଉଲକେଲା ମେକାନିକାଲ ଇଞ୍ଜିନିଅରିଙ୍ଗରେ ନାମ ଲେଖାଇଥିଲେ । ୨୦୨୧ ମସିହାରେ ମେକାନିକାଲ ଇଞ୍ଜିନିଅରିଙ୍ଗ ପାସ୍ ପରେ ସେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୪ର୍ଥ ପ୍ରୟାସରେ ସେ ଏହି ସଫଳତାର ସ୍ୱାଦ ପାଇ ପାରିଛନ୍ତି । ସଫଳତାର ଶ୍ରେୟ ସେ ଭଗବାନଙ୍କୁ ଓ ତାଙ୍କ ପରିବାର ପିତା, ମାତାଙ୍କୁ ଦେଇଛନ୍ତି । ତାଙ୍କ ବାପା ଦୀପକ ସାହୁ ଏନଟିପିସିର ଅବସରପ୍ରାପ୍ତ ଯନ୍ତ୍ରୀ ଓ ମାଆ ବୈଜୟନ୍ତୀ ପ୍ରଧାନ ଏନଟିପିସିରେ ଡ଼ାକ୍ତରଭାବେ କାର୍ଯ୍ୟରତ ଅଛନ୍ତି । ସବୁଠାରୁ ବଡ଼କଥା ହେଲା ତାଙ୍କର ଡ଼ାହାଣହାତ ଅକମର୍ଣ୍ଣ୍ୟ ବାମହାତରେ ଲେଖାପଢ଼ା କରି ଏହି ସଫଳତାର ଅଧିକାରୀ ହୋଇପାରିଛନ୍ତି ।

/ May 20, 2025
No Comments