
“ପେହେଲଗାମ୍ ରେ ଆତଙ୍କବାଦୀ ଗୁଳିରେ ସହିଦ ଭାରତୀୟ ପର୍ଯ୍ୟଟକ ଙ୍କ ଆତ୍ମା ର ସତଗତି କାମନା ରେ କ୍ୟାଣ୍ଡେଲ ଜାଳି ଗ୍ରାମ ପରିକ୍ରମା ” ବରଗଡ:୨୭/୪(ପବିତ୍ର ମେହେର) ଗତ ୨୨ ତାରିଖରେ ପେହେଲଗାମ୍ ରେ ଆତଙ୍କବାଦୀ ଗୁଳିରେ ମୃତ ଭାରତୀୟ ନିରିହ ପର୍ଯ୍ୟଟକ ମାନଙ୍କୁ ଧର୍ମ ପଚାରି କେବଳ ପୁରୁଷ ମାନଙ୍କୁ ଗୁଳି ମାଡ଼ କରିଥିଲେ। ସେହି ୨୮ ଜଣଙ୍କ ଆତ୍ମା ର ସତଗତି କାମନା କରି ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ପାହାଡ଼ଶ୍ରୀଗିଡା ଜମିଦାର ପଡ଼ା ରୁ କ୍ୟାଣ୍ତଲ ଜାଳି ଗ୍ରାମ ପରିକ୍ରମା କରାଯାଇଛି। ନେତୃତ୍ବ ନେଇଥିଲେ ହରଜିତ୍ ସିଂ, ଲକ୍ଷ୍ମଣ ଭୋଇ, ପ୍ରଦୀପ କୁଠାର ସହ ଗ୍ରାମ ର ବୁଦ୍ଧିଜୀବୀ, ଛୋଟ ଛୋଟ ପିଲାଙ୍କ ଭି ଦେଖିବାକୁ ମିଳିଥିଲା l