କଟକ: ଖାନ୍ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଆଜି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଓ ଆହତଙ୍କ ସମସ୍ତ ଚିକିତ୍ସା ମାଗଣାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କଟକ ଖାନ୍ ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଅଘଟଣ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଦୁଃଖ ପ୍ରକାଶ କରିଛନ୍ତି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ…
ସେହିଭଳି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅନୁଧ୍ୟାନ ପରେ ମନ୍ତ୍ରୀ ଘଟଣାରେ ୩ ଜଣିଆ କମିଟି ତଦନ୍ତ କରିବା ନେଇ କହିଛନ୍ତି । ସେ କହିଛନ୍ତି ଏହି କମିଟି ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବ। ଆଉ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ସୂଚନାନୁସାରେ, କଟକ ଖାନନଗର ବ୍ରିଜ୍ ନିର୍ମାଣ କାମ ବେଳେ କ୍ରେନ୍ ଛିଡ଼ି ଯିବାରୁ ଖସିପଡ଼ିଲା ବିଜ୍ ନିର୍ମାଣ ପାଇଁ ବ୍ୟବହାର ହେବାକୁ ଥିବା ସ୍ଲାବ୍ । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ୩ ମୃତକଙ୍କ ମଧ୍ୟରେ ଜଣେ ଯନ୍ତ୍ରୀ ଅଛନ୍ତି। ଦୁଇ ଗୁରୁତର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।