ତାଳଚେରରେ ବଡ଼ଧରଣର ଡ଼କାୟତି : ୨ଗିରଫ
ତାଳଚେର, ୦୪- ୦୫/୦୫ ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଂଚଳର ଅଶୋକ ଦାସଙ୍କ ଘରୁ ଗତ ବୁଧବର ସନ୍ଧ୍ୟାରେ ଏକ ବଡ଼ ଧରଣର ଡ଼କାୟତି ହୋଇଥିଲା । ପରିବାର ଲୋକ ଏକ ବିଭାହ ଉତ୍ସବରେ ଯୋଗଦେଇଥିବା ବେଳେ ଦୁୃର୍ବୁତ ଘର କବାଟ ଭାଙ୍ଗି ପ୍ରାୟ ୮୦ଭରି ସୁନା ଏବଂ ୧ଲକ୍ଷ ଟଙ୍କା ନେଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଏହାକୁ ନେଇ ସେହି ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା । ଦୃର୍ବୁତମାନେ ଘର ଭିତରେ ପଶି ୮୦ଭରି ସୁନା ଓ ୧ଲକ୍ଷ ଟଙ୍କା ନେବାପରେ ଅନ୍ୟାନ୍ୟ ନାମୀଦାମୀ ଜିନିଷପତ୍ର ଖୋଜାଖୋଜି କରୁଥିବା ବେଳେ ପରିବାର ଲୋକେ ଘରକୁ ପଂହଚି ଯାଇଥିଲେ । କବାଟ ଭଙ୍ଗା ଯାଇଥିବା ଦେଖି ତୁରନ୍ତ ଭିତରୁ ଯାଇ ଦେଖିଲା ବେଳେକୁ ଦୃର୍ବୁତମାନେ ଲୁଟାପାଟ୍ କରୁଥିଲେ । ଦୃର୍ବୁତମାନେ ଚମ୍ପଟ ମାରୁଥିବା ବେଳେ ପରିବାର ଲୋକ ତାଙ୍କୁ କାବୁ କରିବାକୁ ଯାଇ ଦୃର୍ବୁତଙ୍କ ଭୂଜାଲି ଓ ରଡ଼ ମାଡ଼ର ଶୀକାର ହୋଇ ଲହୁଲୁହାଣ ହୋଇଥିଲେ । ଏପରିକି,ଦୃର୍ବୁତମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ଘରେ ଲାଗିଥିବା ସିସି ଟିଭି ହାର୍ଡ଼ଡ଼ିସ୍କ ନେଇ ଯାଇଥିବା ବେଳେ ଧସ୍ତାଧସ୍ତିି ବେଳେ ହାଡ଼ଡ଼ିସ୍କ ଟି ଓ କିଛି ଅଳଙ୍କାର ମଧ୍ୟ ଖସି ପଡ଼ିଥିଲା । ଏସମ୍ପର୍କରେ ପରିବାର ଲୋକେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ଆଜି ପୋଲିସ୍ ପକ୍ଷରୁ ଭିିନ୍ନଭିନ୍ନ ସ୍ଥାନରେ ଚଢ଼ାଉ କରି ଭଦ୍ରକ ଜିଲ୍ଳା ଧୁଷୁରୀ ଗ୍ରାମର ଗିରିଶ ନାଏକ (୪୦) ଓ ଯାଜପୁର ଅଂଚଳର ଅଭିମନ୍ୟୁ ସାହୁ (୨୫)ଙ୍କ ନିକଟରୁ କିଛି ସୁନା ଜବତ କରିବା ସହିତ ସେମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ପୋଲିସ୍ ପକ୍ଷରୁ ଜଣାପଡ଼ିଛି । ତେବେ ଏଥିରେ ଆଉ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ସାପେକ୍ଷ ।
