ଜାତିଆଣ ଆକ୍ଷେପକୁ ନେଇ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅଭିଯୋଗ
କାଇମାଟି ଗ୍ରାମ ପଂଚାୟତର ମାନସ କୁମାର ବାରିକ ତାଙ୍କ ଜାତିକୁ ଆକ୍ଷେପ କରିଥିବା ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ଗତ ୩ ତାରିଖ ୧୧ ଘଟିକା ସମୟରେ କାଇମାଟି ଉଚ୍ଚ ବିଦ୍ୟାଳୟ ପରିସରରେ ଜନଶୁଣାଣି କାର୍ଯ୍ୟକ୍ରମରେ କାଇମାଟି ପଂଚାୟତର ସରପଞ୍ଚ ଅମିତ୍ ଜ୍ୟୋତି ସାଇଁ, ଜଗବନ୍ଧୁ ଦେହୁରୀ ଓ ପାଂଚାଳୀ ସେଠୀ ପ୍ରମୁଖ ମିଡିଆ ଆଗରେ ତାଙ୍କ ନାମକୁ ମନୁ ଭଣ୍ଡାରୀ ବୋଲି କହିଛନ୍ତି । ସର୍ବ ସମ୍ମୁଖ ଓ ସର୍ବସାଧାରଣଙ୍କ ଉପସ୍ଥିତିରେ ଜାତିକୁ ଆକ୍ଷେପ କରି କହିବାରୁ ମାନସ ବହୁତ ଲର୍ଜିତ ବୋଲି କହିଛନ୍ତି । ମାନସ କୁମାର ବାରିକ ଗ୍ରାମର ସଭାପତି ଓ ହାଇସ୍କୁଲ୍ ପରିଚାଳନା କମିଟିର ଜଣେ ସଦସ୍ୟ ଅଟନ୍ତି । ଏହାଦ୍ୱାରା ତାଙ୍କର ସମ୍ମାନ ହାନି ହୋଇଛି ଓ ସେ ମାନସିକ ସ୍ତରରେ ଭାରସାମ୍ୟ ହରାଇଛନ୍ତି ବୋଲି କହିଛନ୍ତି । ଏହାର ବିଚାର କରି ଦୋଷୀକୁ ଦଣ୍ଡ ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଓ ଏସ୍ପି ଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି ।