ନାଗରିକ ପ୍ରତିରକ୍ଷା ନିମନ୍ତେ ତାଳଚେର ଠାରେ ମକଡ୍ରିଲ ଅଭ୍ଯାସ ଅନୁଷ୍ଠିତ

ଅନୁଗୋଳ, ତା. ୦୭/୦୫ : ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶରେ ଓ ଓଡିଶା ସରକାରଙ୍କ ଗୃହ ବିଭାଗ ସହାୟତାରେ ତାଳଚେର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଅପରାହ୍ନ ୪ ଘଟିକା ସମୟରେ ନାଗରିକ ପ୍ରତିରକ୍ଷା ମକଡ୍ରିଲ ସଞ୍ଚାଳିତ ହୋଇଯାଇଛି । ତାଳଚେର ସୁରକ୍ଷା ଦୃଷ୍ଟିରୁ କେଟାଗୋରୀ ୧ ରେ ଆସୁଥିବାରୁ, ଏହି ଦ୍ବାରା ନାଗରିକ ପ୍ରତିରକ୍ଷା ଓ ଅନ୍ୟ ଉପସ୍ଥିତ କର୍ତ୍ତୃପକ୍ଷଙ୍କ ପ୍ରସ୍ତୁତିକୁ ପରୀକ୍ଷା କରାଯାଇଥିଲା। ଏହି ନାଗରିକ ପ୍ରତିରକ୍ଷା ଅଭ୍ୟାସରେ ବିମାନ ଆକ୍ରମଣ ସମୟରେ ସଜାଗ ଓ ସାଇରନ ମାଧ୍ୟମରେ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଥିଲା । ଅପରାହ୍ନ ୪ ଘଟିକା ସମୟରେ ରେଡ ସିଗନାଲ ନାଲ ମିଳିବା ମାତ୍ରେ ଏୟାର ରେଡୱାର୍ନିଙ୍ଗ ସାଇରନ ୩ ମିନିଟ ପର୍ଯ୍ୟନ୍ତ ବାଜିଥିଲା । ଏହି ସମୟରେ ସମସ୍ତେ ସୁରକ୍ଷିତ ସ୍ଥାନକୁ ପଳାଇ ସୁରକ୍ଷିତ ସ୍ଥିତିରେ ରହିଲେ । ୪ ଘଟିକା ୧୫ ମିନିଟ ସମୟରେ ନିରାପଦ ସାଇରନ ୩ ମିନିଟ ପର୍ଯ୍ୟନ୍ତ ବଜାଗଲା । ଏହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲା । ଅଗ୍ନିଶମ ଦଳ ନିଆଁ ଲିଭାଇଲେ, ଏମ୍ବୁଲେନ୍ସ ଦଳ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା । ଦେଲେ । ତାଳଚେର ନାଗରିକ ପ୍ରତିରକ୍ଷା ଦଳର ସ୍ବେଚ୍ଛାସେବୀମାନେ ସୁରକ୍ଷା ପ୍ରୋଟକଲ, , ବିମାନ ଆକ୍ରମଣ ପ୍ରତିକ୍ରିୟା ପ୍ରକ୍ରିୟା ଏବଂ ଆହତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପଦ୍ଧତି ପ୍ରଦର୍ଶନ କରିଥିଲେ । ଉନ୍ନତ ସ୍ଥାନାନ୍ତରଣ ନିମନ୍ତେ ଜନସାଧାରଣଙ୍କୁ ଏହି ମକଡ୍ରିଲରେ ଅଭ୍ୟାସ କରାଯିବା ସହିତ ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀମାନେ କିପରି ନିଜକୁ ଆକ୍ରମଣରୁ ସୁରକ୍ଷିତ ରଖିପାରିବେ ସେଥ୍ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥିଲା । ୪ ଘଟିକା ୩୫ ମିନିଟ ସମୟରେ ଉଦ୍ଧାର କାର୍ଯ୍ୟ ଶେଷ ହେଲା । ଉଦ୍ଧାର ଦଳରେ ଅଗ୍ନିଶମ; ଏନସିସି କ୍ୟାଡେଟ, ରେଡକ୍ରସ, ସେଣ୍ଟଜନ, ନାଗରିକ ପ୍ରତିରକ୍ଷା ଦଳ ଭାଗ ନେଇଥିଲେ ।ଏହି ପ୍ରତିରକ୍ଷା ଅଭ୍ୟାସ ବେଳେ ତାଳଚେର ଉପଜିଲ୍ଲାପାଳ, ଶିଳ୍ପାନୁଷ୍ଠାନର ସୁରକ୍ଷା ଅଧିକାରୀ ଓ ସେମାନଙ୍କ ପ୍ରତିନିଧି, ଗୋଷ୍ଠୀ ଊନ୍ନୟନ ଅଧିକାରୀ, ତହସିଲଦାର, ସ୍ବାସ୍ଥ୍ୟ ଅଧିକାରୀ, ଆରକ୍ଷାବାହିନୀ, ଅଗ୍ନିଶମ ଅଧିକାରୀ, ଏବଂ ସ୍ୱେଛାସେବୀମାନେ କାର୍ଯ୍ୟକ୍ରମରେଉପସ୍ଥିତ ଥିଲେ । ଏହି ମକଡ୍ରିଲରେ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରି ଶିକ୍ଷା ଲାଭ କରିଛନ୍ତି ଯାହା ଏହି କାର୍ଯ୍ୟକ୍ରମକୁ ସଫଳ କରିଛି ।