ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଲିଛି । ଚାରମିନାର ଅଞ୍ଚଳର ଗୁଲଜାର ହାଉସ୍ ନିକଟରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହି ଘଟଣାରେ ୧୭ ଜଣ ଜୀବନ୍ତ ଜଳିଯାଇଛନ୍ତି । ଏଥିସହିତ ଅନେକ ଆହତ ହୋଇଥିବା ସୂଚନା ରହିଛି ।
ସେପଟେ ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏବେ ନିଆଁ ଆୟତ୍ତ ରହିଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ତେବେ ରବିବାର ସକାଳ ପ୍ରାୟ ୫ଟାରୁ ୬ଟା ମଧ୍ୟରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ବେଳେ ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ତେବେ କୋଠାରେ ଲାଗିଥିବା ଏସିରେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ବେଳେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ, ଘଟଣାସ୍ଥଳରୁ ୧୧ଟି ଅଗ୍ନିଶମ ବାହିନୀ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ରହିଛନ୍ତି । ଆହତମାନଙ୍କୁ ଡାକ୍ତରଖାନା ନେବା ପାଇଁ ୧୦ ଟି ଆମ୍ବୁଲାନ୍ସ ସଜାଗ ରହିଛି । ଅଗ୍ନିଶମ ବାହିନୀର ସୂଚନା ଅନୁଯାୟୀ, ବହୁତ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ତଥାପି, ଏତେ ଚେଷ୍ଟା ସତ୍ତ୍ୱେ, ନିଆଁରେ ଫସି ରହିଥିବା ୮ ଜଣଙ୍କୁ ରକ୍ଷା କରାଯାଇପାରିଲା ନାହିଁ। ଅଗ୍ନିଶମ କର୍ମଚାରୀଙ୍କ ଅନୁଯାୟୀ, ଏହି କୋଠାରେ ଚାରିଟି ପରିବାରର ପ୍ରାୟ ୧୨ ଲୋକ ଫସିରହିଥିଲେ । ଏପର୍ଯ୍ୟନ୍ତ ଯେଉଁମାନଙ୍କୁ ସ୍ଥାନାନ୍ତର କରାଯାଇଛି ସେମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ସମେତ ୧୪ ଜଣ ରହିଛନ୍ତି । ସମସ୍ତେ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି କୋଠାରେ ୩୦ ରୁ ଅଧିକ ଲୋକ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭଡାଟିଆ ଥିଲେ।ଘଟଣାକୁ ନେଇ ପୋଲିସର କହିବା ଅନୁଯାୟୀ, କୋଠାରେ ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ରାତିରେ ବହୁତ ଗରମ ଥିଲା ଏବଂ ଘରେ ଲାଗିଥିବା ସମସ୍ତ ଏସି ଚାଲୁଥିଲା। ଏହି କାରଣରୁ ଘରର ତାରଗୁଡ଼ିକ ଗରମ ହୋଇଗଲା। ଏହି ସମୟରେ, ତାରରେ ନିଆଁ ଲାଗିଗଲା ଏବଂ ସେଥିରୁ ନିର୍ଗତ ସ୍ପାର୍କିଂ କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଗଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ଲୋକମାନେ ବାହାରକୁ ଦୌଡ଼ିବାକୁ ମଧ୍ୟ ସୁଯୋଗ ପାଇଲେ ନାହିଁ। ଫଳରେ ଏତେ ବଡ ଅଘଟଣ ଘଟିଘଲା ।ସେପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୃତକଙ୍କ ସଂପର୍କୀୟଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୋଦି । ଏଥିସହିତ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


