**ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଦଶରଥପୁର ପଟଣା ଗ୍ରାମର ସତ୍ୟଜିତ୍ କାଏସ୍ତଙ୍କ ଏକମାତ୍ର ଆଠ ବର୍ଷୀୟା ଶିଶୁକନ୍ୟା ଇପ୍ସିତା ଠାରେ ଅସ୍ଥିମଜ୍ଜା ରୋପଣ କାର୍ଯ୍ୟ ସଫଳତାର ସହ ସମାପିତହୋଇଛି। ସତୁରୀ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଖର୍ଚ୍ଚ ହୋଇଥିବା ଏହି ବ୍ୟୟ ବହୁଳ କାର୍ଯ୍ୟ ମୁମ୍ବାଇର ଏସ୍ ଆର୍ ସି ସି ହସ୍ପିଟାଲ୍ ର ଅଭିଜ୍ଞ ଚିକିତ୍ସକ ପ୍ରଫେସର୍ ଡାକ୍ତର ଚିନ୍ତନ୍ ଭ୍ୟାସ୍ ତାଙ୍କ ଏଗାର ଜଣିଆ ଡାକ୍ତର ଦଳର ସହାୟତାରେ ସଫଳତାର ସହ ସମାପ୍ତ ହୋଇଥିବାରୁ କାଏସ୍ତ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଉକ୍ତ କଷ୍ଟସାଧ୍ୟ କାର୍ଯ୍ୟକୁ ସଫଳ କରାଇବାରେ ସତ୍ୟଜିତ୍ ଙ୍କ ବନ୍ଧୁ ବାନ୍ଧବ ମାନେ କିଛି ଆର୍ଥିକ ସହଯୋଗ କରିଥିବା ବେଳେ ଏଥିପାଇଁ ସରକାରଙ୍କ ତରଫରୁ ମାତ୍ର ଛଅଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି। ଇପ୍ସିତା ଠାରେ ସଫଳତାର ସହ ଅସ୍ଥିମଜ୍ଜା ରୋପଣ କରାଯାଇଥିବାରୁ ତାଙ୍କ ଜେଜେବାପା ରମେଶ ଚନ୍ଦ୍ର କାଏସ୍ତଙ୍କ ସମେତ ପାଟଣା ଗ୍ରାମର ଲୋକମାନେ ଭଗବାନ୍ ଙ୍କ ନିକଟରେ ଶିଶୁକନ୍ୟାର ଆଶୁ ଆରୋଗ୍ୟ କାମନା କରିବା ସହିତ ତାର ଫେରିବା ବାଟକୁ ଚାହିଁ ବସିଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


