ତାଳଚେର ଉପଖଣ୍ଡ ସ୍ତରୀୟ ଅବକାରୀ ସଚେତନତା ରଥର ଶୁଭାରମ୍ଭ
ତାଳଚେର, ୦୯/୦୬ ଆଜି ପୂର୍ବାହ୍ଣରେ ତାଳଚେର ଉପଜିଲ୍ଳାପାଳ ସମୀର ଜେନା, ଗୋଷ୍ଠୀଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳଙ୍କ ଦ୍ୱାରା ତାଳଚେର ଉପଖଣ୍ଡ ସ୍ତରୀୟ ଅବକାରୀ ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ବେଆଇନ ଓ ଅମିଶ୍ରିକ ମଦ, ଡ୍ର଼ଗ୍ସ, ତମାଖୁ ଓ ଅନ୍ୟାନ୍ୟ ନିଶା ସେବନ କରି ଆଜିର ଯୁବପିଢ଼ୀ ପଥଭ୍ରଷ୍ଟ ହେଉଥିବାକୁ ନେଇ ଏହାର ସଚେତନତା ପାଇଁ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଉପନିରୀକ୍ଷିକ ନିଳାଦ୍ରି ନାୟକ, ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ, ଭାରପ୍ରାପ୍ତ ଅଧିକାରୀ ହଟିଆ ବେହେରା, ମାନସ ରଞ୍ଜନ ପ୍ରଧାନ, ସରୋଜ ସାହୁ, ପପୁନ୍ ପ୍ରଧାନ, କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା ରଥ ସହର ପରିକ୍ରମା କରିବା ସହ ପଥପ୍ରାନ୍ତ ନାଟକ କରାଯାଇଥିଲା । ନିଶା ଦ୍ରବ୍ୟ ସେବନ କରିବା ଦ୍ୱାରା କେଉଁ ପ୍ରକାର କ୍ଷତି ହେଉଛି ଓ ସମାଜ ଉପରେ ଏହାର କ’ଣ ପ୍ରଭାବ ପଡ଼ୁଛି ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯିବାର ମୂଳଲକ୍ଷ୍ୟ ଥିଲା ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://jagratbharatnews.in/wp-content/uploads/2025/11/Picsart_25-11-05_07-59-52-526-6.jpg)


