ଭୁବନେଶ୍ୱର – ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାକୁ ନେଇ ସବ୍ୟସାଚୀ ମହାପାତ୍ର ଏବଂ କୁମାର ସି ଦେବଙ୍କ ନିର୍ଦ୍ଦେଶିତ “ଅନନ୍ତା” ସାରା ଓଡ଼ିଶାରେ ୪୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା l ନିଛକ ଓଡ଼ିଆ କାହାଣୀ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ରେ ସୁଟିଂ ହୋଇଥିବା ଅନନ୍ତା କୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି l ଚଳଚ୍ଚିତ୍ର ଅନନ୍ତାକୁ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ, ସୂରଜ ମହନୋତ ଏବଂ ଅର୍ଚ୍ଚିତା ସାହୁ ।
ଚଳଚ୍ଚିତ୍ର ଅନନ୍ତାରେ ଅନନ୍ତା ଭୂମିକାରେ ନାୟକ ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି । ସବ୍ୟସାଚୀ ମିଶ୍ର ଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ଢେର ମନୋରଞ୍ଜନ ଯୋଗାଇଛି l ନାୟିକା ସୂର୍ଯ୍ୟମୟୀ ମହାପାତ୍ର, କୁନା ତ୍ରିପାଠୀ, ତାପସ ସରଘରିଆ, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ଆହୁରୀ ଅନେକ କଳାକାର ଅଭିନୟ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ଓ ଚିତ୍ରତ୍ତୋଳନ କରିଛନ୍ତି ହୁଏତସାଙ୍ଗ ମହାପାତ୍ର । ଏହି କାଳଜୟୀ ଗପ ବର୍ତ୍ତମାନ ସମୟରେ ନିଶ୍ଚିତ ଭାବେ ସମାଜ ପ୍ରତି ସୁ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ । ତା ସହିତ ଓଲିଉଡ଼ ଦର୍ଶକ ଏକ ଭଲ ଚଳଚ୍ଚିତ୍ର ରଜ ଉପଲକ୍ଷେ ଦେଖିବାକୁ ପାଇବେ ।
ପୂର୍ବରୁ ସବ୍ୟସାଚୀ ମହାପାତ୍ରଙ୍କର ସବୁ ମାୟାରେ ବାୟା, ବୋଉ, ଶ୍ରୀ ଜଗନ୍ନାଥ, ବାହୁଡ଼ିବେ ମୋ ଜଗବଳିଆ, ଭୁଖା, ଝିଲି, ଶଳାବୁଢ଼ା, ଆଦିମ ବିଚାର, ପାହାଡ଼ ର ଲୁହ ଇତ୍ୟାଦି ଚଳଚ୍ଚିତ୍ରଗୁଡିକୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି। ତେବେ ରଜ ରେ ସବ୍ୟସାଚୀ ଙ୍କ ଅନନ୍ତା କୁ ଓଡ଼ିଆ ସିନେ ଦର୍ଶକ ଦେଖିବେ ଏବଂ ମନୋରଞ୍ଜନ ପାଇବେ ଏଥିରେ ସନ୍ଦେହ ନାହିଁ l