ବିମାନ ଦୁର୍ଘଟଣା ରେ ମୃତକ ଙ୍କ ଉଦ୍ଦେଶ୍ୟରେ ଶୋକ ସଭା ଅନୁଷ୍ଟିତ
ତାଳଚେର ୧୩/୬ ତାଳଚେର ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅହମଦାବାଦ ଠାରେ ବିମାନ ଦୁର୍ଘଟଣାର ଶୀକାର ହୋଇ ବିମାନରେଥିବା କେବଳଜଣେ ଯାତ୍ରୀ ଙ୍କୁ ଛାଡି ସମସ୍ତ ୨୪୧ ଜଣଙ୍କ ସମେତ ସମୁଦାୟ ୨୬୫ ଜଣ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁଃଖଦ ଖବର ରେ ସାରା ଦେଶ ସମେତ ବିଦେଶରେ ମଧ୍ୟ ଶୋକ ପ୍ରକାଶ ପାଇଛି । ଆଜି ଏହି ପରିପେକ୍ଷି ରେ ଢ଼େଙ୍କାନାଳ ର ପୁର୍ବତନ ସାଂସଦ ମହେଶ ସାହୁ ଓ ତାଙ୍କ ଦ୍ବାରା ପ୍ରତିଷ୍ଠା ଲାଭ କରିଥିବା ଅନୁଷ୍ଠାନ ଯଥା ଆମ ପ୍ରତିଭା ଆମ ପରିଚୟ , ଆଗେଇବା ପରିବାର ଓ ତାଳଚେର ପ୍ରଗତିଶୀଳ ମଞ୍ଚ ପକ୍ଷରୁ ତାଳଚେର ପବିତ୍ର ମୋହନ ଛକ ଠାରେ ଏକ ଶୋକ ସଭା ଅନୁଷ୍ଟିତ ହୋଇଥିଲା । ମୃତକ ଙ୍କ ଅକାଳ ବିୟୋଗକୁ ଉପସ୍ଥିତ ଅନୁଷ୍ଠାନ ଗୁଡ଼ିକ ର ସଦସ୍ୟ ମାନେ ଦୁଃଖ ଦାୟକ ବୋଲି କହିବା ସହ ପରଲୋକ ଘଟି ଥିବା ସମସ୍ତଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ ନୀରବ ପର୍ଥନା କରା ଯାଇଥିଲା । ଏହି କାର୍ଯକ୍ରମ ରେ ପ୍ରାକ୍ତନ ସାଂସଦ ମହେଶ ସାହୁ ଙ୍କ ସମେତ , ପ୍ରଗତିଶୀଳ ମଞ୍ଚ ର ଆବାହକ ଜ୍ୟୋତି ରଂଜନ ଦାସ ସରକାରୀ ଓକିଲ ନିର୍ମଳ ତ୍ରୀପାଠୀ ତପନ କୁମାର ମହାରଣା , ପ୍ରକାଶସାହୁ , ଭାଗିରଥୀ ମହାପାତ୍ର ବାବୁନୀ ସ୍ଵାଇଁ , ଲିପୁରଥ ,କଳାକାର ସିଂହ , ହର୍ଷବର୍ଦ୍ଧନ ସାମଲ , ସନ୍ତୋଷ ବେହେରା , ଜିତେନ୍ଦ୍ର ମହାପାତ୍ର , ଶିକ୍ଷାବିତ ମହେଶ୍ୱର ପ୍ରଧାନ ଅବସର ପ୍ରାପ୍ତ ଏନଟିପିସି କର୍ମଚାରୀ ଇଂ ପ୍ରତାପ କୁମାର ଦଳେଇ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।