ହାତୀ ଆକ୍ରମଣ ରେ ବୃଦ୍ଧ ଗୁରୁତର
ହିନ୍ଦୋଳ :14/06/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆବଗ ପଂଚାୟତ ବାଘଧରିଆ ଗ୍ରାମର ବିପିନ ଗଡ଼ନାୟକ 4ଘଟିକା ସମୟରେ ବାଘଧରିଆ ସ୍କୁଲ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ହାତୀ ସହିତ ମୁହଁମୁହିଁ ହୋଇଯିବାରୁ ହାତୀ ଶୁଣ୍ଢରେ ଭିଡ଼ିଆଣି ଫୋପାଡ଼ି ଦେଇ ଚାଲିଯାଇଥିଲା ଯାହାଫଳରେ ବିପିନିଙ୍କର ପଞ୍ଜରା ହାଡ଼ ଓ ବେକ ହାଡଉପରେ ଜୋରରେ ଆଘାତ ଲାଗିଥିବାର ଜଣାପଡିଛି। ଗୁରୁତର ଅବସ୍ଥାରେ ବିପିନଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାରକରି ହିନ୍ଦୋଳ ମେଡିକାଲ କୁ ନେଇଥିଲେ, ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି।
ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ