ପାରାଦୀପ: ପାରାଦୀପରେ ମାଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଗତ ଦୁଇ ମାସ ଧରି ଲାଗିଥିବା କଟକଣା ହଟାଇ ଦିଆଯାଇଛି । କଟକଣା ଉଠିବା ପରେ ଚଳଚଞ୍ଚଳ ହୋଇଉଠିଛି ପାରାଦ୍ୱୀପ ମାଛଧରା ବନ୍ଦର । ପାରାଦ୍ୱୀପ ମାଛଧରା ବନ୍ଦର ମଧ୍ୟରୁ ପାଖାପାଖି ୩୦୦ ରୁ ଉର୍ଦ୍ଧ ବୋଟ ସମୁଦ୍ର କୁ ମାଛ ଧରିବାକୁ ବାହାରି ଯାଇଛନ୍ତି । ଆଉ କିଛି ବୋଟ ମାଛ ଧରିବାକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।
ପାରାଦୀପରେ ମାଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ସମୁଦ୍ରରେ ମାଛଧରା ଉପରେ ଲାଗିଥିଲା ଦୁଇମାସର କଟକଣା । ପାରାଦୀପରେ ୨୫୪୩ ଯନ୍ତ୍ର ଚାଳିତ ଡଙ୍ଗା ଓ ୬୧୧ଟି ସୋନା ବୋଟ୍ ଚଳାଚଳ ବନ୍ଦ ରହିଥିଲା । ଏପ୍ରିଲ ୧୫ ଠାରୁ ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା ହୋଇଥିଲା । ମତ୍ସ୍ୟ ସମ୍ପଦ ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାର ରୋକ୍ ଲଗାଇଥିଲେ ।