ବିକାଶ ମେଳା’ ଅବସରରେ କବିତା ଆସର ଆୟୋଜିତ

ଅନୁଗୋଳ :- ତା.୧୫.୦୬: – ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ ପାଳନ ଅବସରରେଆୟୋଜିତ ବିକାଶ ମେଳାର ଅଂଶ ଭାବରେ ଏକ କବିତା ଆସର ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ଠାରେ ଅୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଶାନ୍ତନୁ କୁମାର ସର ପ୍ରଦୀପ ପ୍ରଜ୍ଜଳନ କରି ଊଦ୍ଘାଟନ କରିଥିବାବେଳେ, ମୁଖ୍ୟ ଅତିଥ୍ ଭାବେ ଅବସରପ୍ରାପ୍ତ ପ୍ରଶାସକ ଡ.ଧରଣୀଧର ନାଥ, ମୁଖ୍ୟ ବକ୍ତା ଶ୍ରୀ କୁମୁଦ ଚନ୍ଦ୍ର ଦାଶ, ସଂଯୋଜିକା ଡ.ଇନ୍ଦିରା ଦାଶ ଓ ଜିଲ୍ଲା ସଂସ୍କୃତି ଅଧୂକାରୀ ଶ୍ରୀ ଦୁଃଶାସନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କବିତା ଆସର ମାଧ୍ୟମରେ ଅଞ୍ଚଳର ସୃଜନାତ୍ମକ ପ୍ରତିଭା ପ୍ରଦର୍ଶିତ ହେବା ସହ ବିକାଶ ଓ ସଂସ୍କୃତିର ସମନ୍ବୟ ପ୍ରତିଫଳିତ ହୋଇଥିଲା । କବିତା ମାଧ୍ୟମରେ ଓଡିଶାର ବିକାଶ, ଗ୍ରାମ ଓ ସହରର ପରିବର୍ତ୍ତନ, ନାରୀ ସଶକ୍ତିକରଣ,ଯୁବ ଶକ୍ତି, ପରିବେଶ ସୁରକ୍ଷା ଇତ୍ୟାଦି ବିଷୟ ଊପସ୍ଥାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଖ୍ୟାତନାମା କବି, ଊଦୀୟମାନ ସାହିତ୍ୟିକ ଓ ସାହିତ୍ୟ ପ୍ରେମୀ ନାଗରିକମାନେ ଭାଗ ନେଇଥିଲେ ।