ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ
ଢେଙ୍କାନାଳ – ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟିର କୋର କମିଟି ବୈଠକ ନିର୍ବାଚନ ମଣ୍ଡଳୀ ସଭାପତି ସରୋଜ ଧଳଙ୍କ ସଭାପତିତ୍ୱରେ ବାରିହା ପୁର ଠାରେ ପୂର୍ବାହ୍ନ ୧୧ ଟା ବେଳେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଯୋଗଦେଇ ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପାଖରେ ପହଞ୍ଚିବା ଏବଂ ଲୋକମାନଙ୍କୁ ଦଳରେ ଯୋଡିବା ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ l ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଦଳର ନୀତି ଆଦର୍ଶ ଓ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ l ବୈଠକରେ ଏକ କୋର କମିଟି ଗଠନ କରାଯାଇ ସେମାନଙ୍କୁ ବିଭିନ୍ନ ଦାୟୀତ୍ୱ ପ୍ରଦାନ କରାଯାଇଥିଲା l ଜ୍ଞାନରଞ୍ଜନ ସାହୁଙ୍କୁ ବ୍ଲକର କାର୍ଯ୍ୟକାରୀ ସଭାପତି, ଶତ୍ରୁଘ୍ନ ଭୂଇଆଁଙ୍କୁ ସମ୍ପାଦକ, ସ୍ମୃତିରଞ୍ଜନ ଜେନାଙ୍କୁ ଯୁବ ସଭାପତି ଦାୟୀତ୍ୱ ଦିଆଯାଇଥିବା ବେଳେ ଉପେନ୍ଦ୍ର ନାୟକଙ୍କୁ ଛାତ୍ର ସଂଗଠନ ଦାୟୀତ୍ୱ ପ୍ରଦାନ କରାଯାଇଛି l ଦାୟୀତ୍ୱ ନେଇଥିବା ସଦସ୍ୟ ମାନେ ଆସନ୍ତା ଏକ ମାସ ମଧ୍ୟରେ ପରଜଙ୍ଗ ବ୍ଲକର ସମସ୍ତ ପଂଚାୟତ ପରିଦର୍ଶନ କରି ସମସ୍ୟା ଗୁଡିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ମାଧ୍ୟମରେ ତାର ସମାଧାନ କରିବାପାଇଁ ନିଷ୍ପତ୍ତି ନେଇଥିଲେ l ସଦସ୍ୟ ଟୁନା ଭୁତିଆ ଜିଲ୍ଲା ପରିଷଦ ଜୋନ୍-୧ ରେ ନିର୍ବାଚନ ଲଢ଼ିବାପାଇଁ ନିଷ୍ପତ୍ତି ନିଆଯାଇଥିଲା l ଶେଷରେ କଙ୍କଡ଼ାହାଡ଼ ବ୍ଲକ ସଭାପତି ଅରୁଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l