ବରିଷ୍ଠ ପ୍ରାକ୍ତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଧରଣୀଧର ପାତ୍ରଙ୍କ ସହିତ ସାକ୍ଷାତକାର

ଯାଜପୁର __ ଆଳି ବ୍ଳକ ଅନ୍ତର୍ଗତ ଗିରିବନ୍ଦର ସ୍ବର୍ଗତ ଶିକ୍ଷକ ଶ୍ରୀଧର ପାତ୍ର ଓ ମାତା ମେଘମାଳ ପାତ୍ରଙ୍କ ଚାରି ଜଣ ପୁତ୍ର କନ୍ୟା ସନ୍ତାନ ମାନଙ୍କୁ ମଧ୍ୟରୁ ଧରଣୀଧର ପାତ୍ର ହେଉଛନ୍ତି ପ୍ରଥମ ସନ୍ତାନ।ତାଙ୍କର ଗିରି ବନ୍ଦ ନିମ୍ମ ପ୍ରାଥମିକ ବିଦ୍ୟାଳୟ,ବେତା ନିମ୍ମ ପ୍ରାଥମିକ ବିଦ୍ୟାଳୟ,ମୁଳସାହି ଉଚ୍ଚବିଦ୍ୟାଳୟ,ଆଳି ହାଇସ୍କୁଲ ରେ ପଢୁଥିବା ସମୟରେ NRTS ରେ ବୃତ୍ତିପାଇ କେନ୍ଦ୍ରାପଡ଼ା ଉଚ୍ଚବିଦ୍ୟାଳୟ ହାଇସ୍କୁଲ ରେ ପଢିଥିଲେ।ତା ପରେ କଟକ ସ୍ଥିତ ରେଭେନ୍ସା ମହାବିଦ୍ୟାଳୟରେ ବିଜ୍ଞାନରେ ଇଣ୍ଟର ମିଡିୟଟ,BC MC ପଢିଥିଲେ।ସେଠାରୁ ଯାଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ରେ ସ୍କାତକ ଓ ସ୍ନାତକୋତ୍ତର କରିଥିଲେ। ଇସ୍ରାଏଲ ମଧ୍ୟ ଯାଇଥିଲେ ଉଚ୍ଚତର ଗବେଷଣା ପାଇଁ।ପ୍ରଥମେ ଚାନ୍ଦବାଲି ରେ କନିଷ୍ଠ କୃଷି ଅଧିକାରୀ ଭାବେ ଯୋଗଦେଇ ଥିଲେ। ତାପରେ କୋରାପୁଟ ର ପାପଡାହାଣ୍ଡି । ସେଠାରୁ ପ୍ରମୋଶନ ପାଇ ବାଲେଶ୍ଵର ଠାରେ କନିଷ୍ଠ ଉଦ୍ୟାନ କୃଷି ଅଧିକାରୀ ଭାବେ ଯୋଗଦେଇ ଥିଲେ।ସେଠାରୁ ରାଇରଙ୍ଗପୁର, କଳାହାଣ୍ଡି ର ଭବାନୀପାଟଣା କୁ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଭାବେ ଯୋଗଦେଇ ଥିଲେ। ସେଠାରୁ ମୟୁରଭଞ୍ଜ,ନୟାଗଡ଼,ଫୁଲବାଣୀ ଆଦି ବିଭିନ୍ନ ଯାଗାରେ ରହି କାର୍ଯ୍ୟ କରିଥିଲେ। ଅବସରପ୍ରାପ୍ତ ପରେ ଆଳିରେ ରହି ଶ୍ରୀମା ଅରବିନ୍ଦ ପାଠଚକ୍ର ସମୁହର କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ଵ ରେ ରହି କାମ କରୁଛନ୍ତି।ଏବଂ ତାଙ୍କ ବଗିଚାରେ ବିଭିନ୍ନ ପ୍ରକାରର ଗଛ ଚାରା,ଓ ଫୁଲ ଚାରା ମଧ୍ୟ ଲଗେଇ ଛନ୍ତି। ପୋଖରୀ ରେ ବିଭିନ୍ନ ପ୍ରକାରର ମାଛ ଛାଡିଛନ୍ତି।ପ୍ରଥମ କରି ତାଙ୍କ ବଗିଚାରେ ଅଙ୍ଗୁର ମଧ୍ୟ ଲଗେଇ ଛନ୍ତି। ତାଙ୍କ ଘରେ ବ୍ୟାୟାମ ଶାଳା ମଧ୍ୟ ଖୋଲିଛନ୍ତି ।ତାଙ୍କର ହୃଦୟରେ ମଧ୍ୟ ସମାଜସେବୀ ର ମହକ ଦେଖିବାକୁ ମିଳେ।
