ରଥଯାତ୍ରରେ ବନ୍ଦ ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ
ତାଳଚେର, ୧୭/୦୬ ତାଳଚେର ରଥଯାତ୍ରାର ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ ସଭ୍ୟ ଓ କର୍ମକର୍ତାମାନଙ୍କୁ ବିଭିନ୍ନ ପ୍ରକାର ଦାୟୀତ୍ୱ ଦିଆଯିବା ସହ କମିଟି ନୂତନ ସଭ୍ୟଭାବେ ନଗରପାଳ ପବିତ୍ର ଭୂତିଆଙ୍କୁ ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହ ୨ନମ୍ବର ୱାର୍ଡ଼ କାଉନସିଲର ଯଶୋବନ୍ତ ମିଶ୍ରଙ୍କୁ ସ୍ମରଣୀକା କମିଟିରେ ଦାୟିତ୍ୱ ପ୍ରଦାନ କରାଯାଇଛି । ସଞ୍ଜିବ ପଟ୍ଟନାୟକ ଓ କମଳ ଜେନାଙ୍କୁ ପୁନର୍ବାର ସେହି ପଦବୀରେ ରହିବାକୁ ସମ୍ମତି ପ୍ରଦାନ କରାଯାଇଥିଲା । କମିଟିର ସଭାପତି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ଦାରୁବ୍ରହ୍ମ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଚଳିତବର୍ଷ ରଥଯାତ୍ରା ଭଜନସନ୍ଧ୍ୟା କମିଟି ଜୁନ ୨୭ତାରିଖରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ପୂର୍ବବର୍ଷ ଭଳି ଅବ୍ୟାହତ ରହିବ ବୋଲି କମିଟି ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା । ଏବର୍ଷ ରାଜ୍ୟରୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ ନୂତନ ଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ପ୍ରେରଣ କରାଯାଇଛି । ଏହି ବୈଠକରେ କମିଟିର ସଦସ୍ୟ ସୁଧିର ସାମନ୍ତ, ବିରଂଚି ଦାସ, ମଳୟ ମିଶ୍ର, ମନୋଜ ପଟ୍ଟନାୟକ, ବିଜୟ ଦାସ, ସାଗରୀକା ଦାସ ଓ ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ ।