ଇକୋ ପାର୍କରେ ଅଘଟଣ, ଦୋଳି ଖେଳିବା ହେଲା କାଳ

ଟ୍ରେନ୍ଦୋଳି ଖେଳୁଥିବା ବେଳେ ଓଲଟି ପଡିଲା ଦୋଳି, ଦୁଇ ଭାଇ ଗୁରୁତ୍ତର
ଅନୁଗୋଳ
ଅନୁଗାଳ ଶିକ୍ଷକ ପଡା ଠାରେ ଥିବା ଇକୋ ପାର୍କରେ ଆଜି ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ।ରଜରେ ଖୁସିରେ ପରିବାର ସହ ବୁଲିବାକୁ ଯାଇଥିଲେ ଗୋତମରା ଗ୍ରାମର ପ୍ରିୟବ୍ରତ ସେଠୀ। ସାଙ୍ଗରେ ଧର୍ମ ପତ୍ନୀଙ୍କ ସହ ଥିଲେ ୧୧ ବର୍ଷର ପୁଅ ବିଘ୍ନରାଜ ସେଠୀ ଓ ଅଢେଇ ବର୍ଷର ପୁଅ ଦିବ୍ୟମ ଦିଷ୍ଣୁ ସେଠୀ । ସେଠାରେ ଥିବା ଟ୍ରେନ ଦୋଳିରେ ଦୁଇଭାଇ ଖେଳିଥିଲେ, ହେଲେ ଗୋଟିଏ ରାଉଣ୍ଡ ବୁଲିବା ପରେ ଦ୍ଵିତୀୟ ରାଉଣ୍ଡରେ ଓଲଟି ପଡିଥିଲା ଦୋଳି । ଓଲଟିବା ଦେଖି ଦୋଳି ଚଲାଉଥିବା କର୍ମଚାରୀମାନେ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରୁ ଖସି ପଳାଇଥିଲେ,ସଙ୍ଗେସଙ୍ଗେ ନିଜେ ଟେମ୍ପୁରେ ଦୁଇଭାଇଙ୍କୁ ମେଡିକାଲ ନେଇଥିଲେ। ସାନ ପୁଅ ଦିବ୍ୟମ ଦିଷ୍ଣୁ ସେଠୀର ମୁଣ୍ଡ ମାଡ ହୋଇଥିବାବେଳେ ବଡ଼ ପୁଅ ବିଘ୍ନରାଜର ହାତ ଭାଙ୍ଗିଯାଇଥିଲା। ଦୁଇ ପୁଅକୁ ମେଡିକାଲ ଟିଟମେଣ୍ଟ କରିବା ସହ ଅନୁଗୋଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସବୁଦିନେ ଟିକେଟ ୧୦ ଟଙ୍କ ଥିବାବେଳେ ରଜ ପାଇଁ ୩୦ ଟଙ୍କା ରଖାଯାଇଛି ବୋଲି କହିଛନ୍ତି। କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟୁଛି ଏହା ପାଇଁଦାୟୀ କିଏ ଇକୋ ପାର୍କ ଦାୟୀତ୍ଵରେ ଥିବା ଅଧିକାରୀ ନା ଦୋଳି ଚଲାଉଥିବା ଅପରେଟର ।
ଅନୁଗୋଳରୁ ସୁଧାକର ସାହୁ