ଛତିଶଗଡ: ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ତିନି ଜଣଙ୍କ ଗଳାକାଟି କରିଛନ୍ତି ହତ୍ୟା । ବିଜାପୁର ଜିଲ୍ଲା ଗଙ୍ଗଲୁର ଥାନା ପେଦା କୋରେମ ଗାଁରେ ଘଟିଛି ବୀଭତ୍ସ ହତ୍ୟା । ମାଓବାଦୀ ଦଳକୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଗସ୍ତ କରିଛନ୍ତି।
ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିବା ପାଇଁ ୧୨ରୁ ଅଧିକ ଗ୍ରାମବାସୀଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି।
ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ମଧ୍ୟ ଅଛନ୍ତି। ଏହି ଘଟଣା ଯୋଗୁଁ ପେଦା କୋରେମ ଗାଁରେ ଆତଙ୍କର ବାତାବରଣ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି। ପ୍ରାଣ ହରାଇଥିବା ଦୁଇ ଗ୍ରାମବାସୀ ଆତ୍ମସମର୍ପଣ କରିଥିବା ନକ୍ସଲ ନେତା ଦିନେଶ ମୋଡିୟମଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି।ବସ୍ତର ଏବଂ ବିଶେଷକରି ନକ୍ସଲ ପ୍ରଭାବିତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନ ନିରନ୍ତର ତୀବ୍ର କରାଯାଉଛି। ନକ୍ସଲ ବିରୋଧୀ ଅଭିଯାନ ସମୟରେ ଚାଲିଥିବା ସର୍ଚ୍ଚ ଅପରେସନ ଯୋଗୁଁ ମାଓବାଦୀମାନେ ଭୟରେ ବର୍ବରକାଣ୍ଡ କରୁଛନ୍ତି।କିଛି ମାସ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଦେଶ ମାଓବାଦୀ ମୁକ୍ତ ହେବ ।