ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ସ୍ଥଗିତ
ତାଳଚେର:-ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଗଣଧାରଣାକୁ ସ୍ଥଗିତ ରଖାଯାଇଛି ବୋଲି କମିଟି ପକ୍ଷରୁ ଏକ ବୈଠକ ବସି ନିଷ୍ପତି ନିଆଯାଇଛି । ଏନେଇ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ରେ ରୋଗୀ ସେବା ସହିତ ଭେଷଜ ଶିକ୍ଷାଦାନ କରାଯିବା ନେଇ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ କିମ୍ବା ମୁଖ୍ୟମନ୍ତ୍ରୀ କ୍ରିୟାନୁଷ୍ଠାନ କମିଟିଙ୍କ ସହିତ କୌଣସି ପ୍ରକାର ଆଲୋଚନା ନକରି ସ୍ୱଇଚ୍ଛାରେ ଧାରଣା ସ୍ଥଳ ପବିତ୍ର ମୋହନ ମେଡିକାଲ୍ କଲେଜ୍ ସମ୍ମୁଖରେ ୧୪୪ ଧାରା ଲଗାଇ ଧାରଣାକୁ ବନ୍ଦ କରିଛନ୍ତି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଠାରୁ ଆସନ୍ତା ତା୨୭/୬/୨୦୨୫ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ଧାରଣାକୁ ସ୍ଥଗିତ ରଖାଯାଇଛି । ପରବର୍ତି ସମୟରେ ଗଣଧାରଣା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଆଜିର ଏହି ବୈଠକରେ କମିଟିର ସଭାପତି ପଦ୍ମ ଚରଣ ସାମଲ, ସଂପାଦକ ବିଜୟ ପ୍ରଧାନ, ସୁରେଶ ପଟ୍ଟନାୟକ, ମୁରଲୀଧର ସାହୁ, ଦିଗାମ୍ବର ଗଡନାୟକ, ଚୈତନ୍ୟ ପ୍ରଧାନ, ସୁକାନ୍ତ ଦାସ, ବିଭୁତି ଭୂଷଣ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।