
ରାଜ୍ୟରେ ଦୃତ ଗତିରେ କାୟା ବିସ୍ତାର କରି ଚାଲିଛି ଡ଼ାଇରିଆ । ଯୁଦ୍ଧ କାଳୀନ ଭିତ୍ତିରେ ସି.ଏମ୍.ସି ସ୍ବାସ୍ଥ୍ୟ ବିଭାଗର ମାରାଥନ୍ ଚଢ଼ାଉ । କଟକରେ ଦୁଇଟି ପାଣି କମ୍ପାନୀ କୁ ସିଲ କଲା କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ । କଟକ ଶଙ୍କରପୁର ଦାସ ସାହି ଏବଂ ଉପର ସାହିରେ ଥିବା ଦୁଇ ପାଣି କମ୍ପାନୀ ଉପରେ ଚଢ଼ାଉ କରି ସିଲ୍ କଲା CMC ସ୍ୱାସ୍ଥ୍ୟ ବିଭାଗ । ପାଣିକୁ ବିଶୁଦ୍ଧ ନ କରି ୨୦ ଲିଟିରିଆ ଜାରରେ ବାହାରକୁ ବିକ୍ରି କରୁଥିବା ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ କରାଯାଇଛି । ଚଢ଼ାଉ ସମୟରେ CMCର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସତ୍ୟବ୍ରତ ମହାପାତ୍ର ଏବଂ ତାଙ୍କ ଟିମର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଚଢ଼ାଉ କରାଯାଇ ସିଲ୍ କରାଯାଇଛି…
