ମୃତକଙ୍କ ପରିବାରକୁ ଭେଟିବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାପାଇଁ ଦାବି କଲା କଂଗ୍ରେସ
କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ପଣ୍ଡା ପଡ଼ା ଥାନା ଅନ୍ତର୍ଗତରେ ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନାବାଳିକାଙ୍କ ପରିବାରକୁ ଭେଟିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । କେନ୍ଦୁଝର ଜିଲ୍ଲା ପଣ୍ଡପଡ଼ା ଥାନା ତେନ୍ତଳାପଶି ଗାଁରେ ଗଣଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦିଆଯାଇଥିବା ନାବାଳିକାଙ୍କ ପରିବାରକୁ ଭେଟି ସେ ସମବେଦନା ଜଣାଇଛନ୍ତି । ଏଥିସହ, ପୋଲିସ ସଠିକ ଢ଼ଙ୍ଗରେ ତଦନ୍ତ କରି ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରିବାକୁ ସେ ଦାବି କରିଛନ୍ତି । ପୀଡ଼ିତ ପରିବାରକୁ ଉପଯୁକ୍ତ ନ୍ୟାୟ ନମିଳିଲେ କଂଗ୍ରେସ୍ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି । ଅତ୍ୟନ୍ତ ଗରିବ ତଥା ପୀଡ଼ିତ ପରିବାରର ଏହି ଲୋକଙ୍କୁ କ୍ଷତିପୂରଣ ସ୍ୱରୂପ ୨୫ ଲକ୍ଷ ଟଙ୍କା ସରକାର ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ବାଇଟ ୧- ଜୟଦେବ ଜେନା , ପୂର୍ବତନ ପିସିସି ସଭାପତି ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ