ବୌଦ୍ଧ: ଆଜିଠୁ ବୌଦ୍ଧରୁ ଗଡିବ ଟ୍ରେନ୍ । ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ । ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନରୁ ରେଳ ଗଡିବ ।
ବୌଦ୍ଧ ଓ ପୁରୁଣାକଟକରୁ ଏକସାଙ୍ଗରେ ୨ଟି ଟ୍ରେନ ସେବା ଆରମ୍ଭ ହେବ । ବୌଦ୍ଧରୁ ସମ୍ବଲପୁର ଓ ପୁରୁଣାକଟକରୁ ଭୁବନେଶ୍ୱରକୁ ଦୁଇଟି ଟ୍ରେନ ଚଳାଚଳ କରିବ ।
ଏଥିପାଇଁ ଷ୍ଟେସନରେ ଟ୍ରେନ ପହଞ୍ଚି ସାରିଥିବା ସୂଚନା ରହିଛି ।ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ଅବସରରେ ବୌଦ୍ଧ ଓ ପୁରୁଣାକଟକରୁ ରେଳସେବାକୁ ଉଦଘାଟନ କରିବେ । ଏନେଇ ରେଳ ବିଭାଗ ଓ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି ।ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନରେ ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି ।