ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଭୁବନରେ ଚଢ଼ାଉ * 90 କେଜି ବାସି ଖାଦ୍ୟ ନଷ୍ଟ କରାଗଲା * ପାଣି ନମୁନା ପରୀକ୍ଷା ପାଇଁ ପଠାଗଲା

ଢେଙ୍କାନାଳ : 20/06- ଆଜି ଢେଙ୍କାନାଳ ଜିଲ୍ଲାର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀମତି ଲୋପାମୁଦ୍ରା ନାୟକ ଚଢ଼ାଉ କରି ସ୍ଥାନୀୟ ଅଞ୍ଚଳରେ ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି l ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାର ଭୁବନ ଅଞ୍ଚଳରେ ଡାଇରିଆ ରୋଗ ଦେଖା ଦେଇଥିବାରୁ ଏହାର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଥିବା ବେଳେ ଏହାର ପ୍ରତିଷେଧକ ସ୍ୱରୂପ ଖାଦ୍ୟ ଓ ପାଣି ନମୂନା ଯାଞ୍ଚ କରାଯାଉଛି l ଭୁବନ ଅଞ୍ଚଳରେ ଖାଦ୍ୟ ଯାଞ୍ଚ କରାଯାଇ 4ଟି ଖାଦ୍ୟ ଦୋକାନକୁ ବାସି ଖାଦ୍ୟ ବିକୁଥିବାର ଯାଞ୍ଚ ରୁ ଜଣାପଡିବାରୁ ସେଗୁଡିକୁ ସିଲ କରିବା ସହ ସେ ଦୋକାନ ମାନଙ୍କ ଠାରୁ 17000 ଟଙ୍କାର ଜରିମାନା ଆଦାୟ କରାଯାଇଛି l ଏହା ସହିତ 2ଟି ସ୍ଥାନରୁ ପାଣି ନମୂନା ପରୀକ୍ଷା ପାଇଁ ପଠାଯାଇଛି ଓ 90କେଜି ବାସି ଖାଦ୍ୟକୁ ନଷ୍ଟ କରାଯାଇଛି l