ଭୁବନେଶ୍ୱର – ସାଈ ଶ୍ରଦ୍ଧା ପ୍ରଡ଼କସନ୍ ଦ୍ୱାରା ନିର୍ମିତ “ଶ୍ରୀଜଗନ୍ନାଥଙ୍କ ନବକଳେବର” ଚଳଚ୍ଚିତ୍ର ଆସନ୍ତା ଜୁଲାଇ ୪ ତାରିଖ ବାହୁଡା଼ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି l ସେଥିପାଇଁ “ନବକଳେବର” ଟିମ୍ ପ୍ରଥମ ନିମନ୍ତ୍ରଣ ନେଇ ଆଜି ସକାଳ୧୧ ଘଟିକାରେ କେନ୍ଦ୍ରାପଡ଼ା ସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚିଥିଲେ l ଚଳଚ୍ଚିତ୍ରର ନିର୍ମାତା ନିର୍ଦ୍ଦେଶିକା ଶ୍ରୀମତୀ ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି), ପ୍ରଯୋଜକ ଦିଲ୍ଲୀପ ଜେନା, ଅଭିନେତ୍ରୀ ଶିବାନୀ ସଂଗୀତା, ସୂର୍ଯ୍ୟମୟୀ, ଅଭିନେତା ଜ୍ୟୋତି ରଞ୍ଜନ ନାୟକ, ଅଂଶୁମାନ ପ୍ରମୁଖ ମନ୍ଦିରରେ ପହଞ୍ଚି ବଡ଼ ଠାକୁରଙ୍କୁ ନିମନ୍ତ୍ରଣ ଜଣାଇଥିଲେl ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ବିଶୟକୁ ନେଇ ଏହା ପ୍ରଥମ ପୌରାଣିକ ଚଳଚ୍ଚିତ୍ର l କେବଳ ସେତିକି ନୁହେଁ, ତାରକା ଖଚିତ ଏହି ବଡ ବଜେଟର ଚଳଚ୍ଚିତ୍ରକୁ ନିର୍ମାଣ କରିଛନ୍ତି ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି) l ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ପ୍ରକୃତରେ କ’ଣ ତାହା ବିସ୍ତୃତ ଭାବେ ଭକ୍ତଙ୍କୁ ଜଣାଇବା ପାଇଁ ସୌଭାଗ୍ୟଲକ୍ଷ୍ମୀଙ୍କର ଏହା ଏକନିଷ୍ଠ ପ୍ରଚେଷ୍ଟା l
ଭକ୍ତଙ୍କ ଭାବାବେଗକୁ ଆଖିରେ ରଖି ଏହାକୁ ଏକ ବୃହତ କାନଭାସରେ ନିର୍ମାଣ କରାଯାଇଛି। ଏହାକୁ ଦର୍ଶକ ମାନଙ୍କ ପାଖରେ ପହଁଚାଇବା ପାଇଁ ସେ ପ୍ରଥମେ ଥିଏଟର ମାଧ୍ୟମରେ ଚେଷ୍ଟା କରିଥିଲେଏବଂ ସଫଳତା ମଧ୍ୟ ମିଳିଥିଲା l ସ୍ବପ୍ନ ଥିଲା ବଡ଼ ପରଦା ମାଧ୍ୟମରେ ସାରା ଜଗତକୁ ଜଣାଇବେ l ସେଇ ସ୍ବପ୍ନ ପୂରଣ ହେବାକୁ ଯାଉଛି ଏବଂ ଆସନ୍ତା ବାହୁଡା଼ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୪ ତାରିଖରେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର ‘ ସାରା ରାଜ୍ୟରେ ତଥା ରାଜ୍ୟ ବାହାରେ ମୁକ୍ତିଲାଭ କରିବାକୁ ଯାଉଛିl ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ,ଜ୍ୟୋତିରଞ୍ଜନ ନାୟକ, ଶିବାନୀ ସଂଗୀତା, ସୂର୍ଯ୍ୟମୟୀ ମହାପାତ୍ର, ପିଙ୍କି ପ୍ରଧାନ,କୁନା ତ୍ରିପାଠୀ, ଅଂଶୁମାନ, ଅଶ୍ରୁ୍ମୋଚନ ମହାନ୍ତି, ସାହେବ ସିଂହ, ପ୍ରତିଭା ପଣ୍ଡା, ରତନ ମେହେର ପ୍ରମୁଖ ଅଭିନୟ କରିଛନ୍ତି l ପ୍ରଯୋଜନା କରିଛନ୍ତି ଦିଲ୍ଲୀପ ଜେନା ଏବଂ ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି)lନିର୍ଦ୍ଦେଶନା ଦେଇଛନ୍ତି ସୌଭାଗ୍ୟଲକ୍ଷ୍ମୀ ଜେନା (ବିନି) l ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ। ଗୀତ ରଚନା କରିଛନ୍ତି ଡ. ଚନ୍ଦ୍ରଭାନୁ ଶତପଥୀ ଓ ଡ. ନିର୍ମଳ ନାୟକ। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡ. ଚନ୍ଦ୍ରଭାନୁ ଶତପଥୀ ଏବଂ ମଳୟ ମିଶ୍ର l ପ୍ରଣୟ ଜେଠୀ କାର୍ଯ୍ୟକାରୀ ପ୍ରଯୋଜକ ଥିବାବେଳେ ଚିତ୍ରୋତ୍ତୋଳନ କରିଛନ୍ତି ଧୃବାନନ୍ଦ ପଣ୍ଡା। ସମ୍ପାଦନାରେ ସୁକୁମାର ମଣି, ବିଜିଏମ ଏବଂ ସାଉଣ୍ଡ ଏଫେକ୍ଟସରେ ବିଭୂତି ଭୂଷଣ ଗଡ଼ନାୟକ ନିଜ ନିଜର ଦାୟିତ୍ୱ ତୁଲାଇଛନ୍ତି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଅଛନ୍ତି ହରପ୍ରସାଦ ମହାପାତ୍ର l