ଆନ୍ତର୍ଜାତୀୟ ଯୋଗଦିବସ ପାଲିତ
ଭଟଲି ୨୧/୬ (ଅଭିମନ୍ୟୁ ପଧାନ) :- ବରଗଡ ଜିଲ୍ଲ ଅନ୍ତର୍ଗତ ଭଟଲି ରେ ଥିବା ଦଧିବାମନ ମହାବିଦ୍ୟାଳୟରେ ଶ୍ରୀମାନ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ୧୧ତମ ଆନ୍ତର୍ଜାତିୟ ଯୋଗଦିବସ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଶ୍ରୀମାନ ତରଣି ସେନ ନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଯୋଗ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜାତିୟ୍ ସେବା ଯୋଜନାର ପୂର୍ବତନ ପ୍ରୋଗ୍ରାମ ଅଫିସର ସୌରି ନାରାୟଣ ସାହୁ , ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ୟାମଲାଲ ନାଏକ, ଯୁବ ରେଡକ୍ରସ ପରାମର୍ଶ ଦାତା ଅଧ୍ୟାପକ ରାଜୀବ ଲୋଚନ ସାହୁ ସମେତ ବିଦ୍ୟାଳୟର ୨୦୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ବହୁ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ଟି ସଫଲ ହୋଇଥିଲା। କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନେ ଯୋଗ ଦ୍ବାରା କିପରି ଶରୀରିକ ଉନ୍ନତି ସେ ବିଶୟରେ ଜାଣି ପାରିଥିଲେ ପ୍ରତିଦିନ ଯୋଗ କରିବା ପାଇଁ ନିସ୍ପତି ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବିଶ୍ବଜିତ ହୋତା, ଚୁଡାମଣି ରଥ, ବିରାଟ ପଧାନ, ଦିପକ କୁମାର ପତି, ରମାକାନ୍ତ ପଧାନ,ରସାନନ୍ଦ ସାହୁ, ବେଦବ୍ୟାସ ପଧାନ, କିର୍ତିଚନ୍ଦ୍ର ବାଗ, ସନ୍ତୋଷ ବାଗ,ସରୋଜ ପରୁଆ, ନଲିନୀ ମେହେର ପ୍ରମୁଖ ବହୁ ବ୍ଯକ୍ତିଙ୍କ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ଟି ସଫଲ ହୋଇଥିଲା।