*ଷ୍ଟଡି ଲାଇଫ୍ ଶିକ୍ଷା କେନ୍ଦ୍ର ରେ ୧୧ ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ*
କୁଞ୍ଜକାନ୍ତ ୨୧/୦୬: ମାନ୍ୟବର ଯଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ଵାନ କ୍ରମେ ଆଜି ଭାରତ ସମେତ ସାରା ବିଶ୍ୱର ୨୦୦ ରୁ ଅଧିକ ଦେଶ ରେ ମିଳିତ ଭାବେ ଆୟୋଜନ କରା ଯାଇଅଛି ଆନ୍ତର୍ଜାତୀୟ ଯୋଗ ଦିବସ। ସମଗ୍ର ବିଶ୍ଵ କୁ ବସୁଧୈବ କୁଟୁମ୍ବକମ୍ ର ବାର୍ତ୍ତା ଦେଇ ସୁସ୍ଥ ଜୀବନଯାପନ କରିବା ର ମାଧ୍ୟମ ପାଲଟିଛି ଏହି ଯୋଗ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଷ୍ଟଡି ଲାଇଫ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ଯୋଗ ପ୍ରଶିଖିକା ଶ୍ରୀମତୀ ମୋନାଲିସା ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ଆନ୍ତର୍ଜାତୀୟ ଯୋଗ ଦିବସ । ଏଥିରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଆଶିଷ କୁମାର ପଣ୍ଡା ମହୋଦୟ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗର ମାହାତ୍ମ୍ୟ ତଥା ନିରୋଗ ଓ ସୁସ୍ଥ ଜିବନଯାପନ ର ମନ୍ତ୍ର ଦେଇଥିଲେ। ଅନୁଷ୍ଠାନ ର ସମ୍ପାଦକ ଅବିନାଶ ପଣ୍ଡା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଯୋଗଦେଇ ଯୋଗ ଶିକ୍ଷା କରିଥିଲେ ।