ଭୁବନେଶ୍ୱର – ୬ଟି ଜିଲ୍ଲାରେ ଦେଖା ଦେଇଥିବା ଡାଇରିଆ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ସହ ସଂକ୍ରମଣ ହ୍ରାସ ପାଉଥିବା କହିଲେ ମୁଖ୍ୟମନ୍ତ୍ରୀ ।
ଚିକିତ୍ସା ସେବାକୁ କାର୍ଯ୍ୟକ୍ଷମ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।ରୋଗର ଆଶଙ୍କା ଥିଲେ ଆଗୁଆ ପ୍ରତିରୋଧକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ । ଦଶହରା ଯାଏଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।
ଶିକ୍ଷାନୁଷ୍ଠାନରେ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ । ଷ୍ଟ୍ରିଟ୍ ଫୁଡ୍ କଡ଼ାକଡ଼ି ଯାଞ୍ଚ ହେବ, ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବ । ଗାଁ ଗହଳିରେ ପାନୀୟ ଜଳର ପରୀକ୍ଷା ଉପରେ ଗୁରୁତ୍ବାରୋପ କଲେ । ଡାଇରିଆରେ ୩୮୯୨ ଆକ୍ରାନ୍ତ, ୩୫୪୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ।