ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନାକରି ମାଆ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ଦୀପ ଦାନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଠାରେ ବିଜୁ ଜନତା ଦଳର ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା କରାଯାଇଛି। ସୂଚନା ଅନୁଯାୟୀ ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଉଥିବା ବେଳେ ବଡ଼ବିଲ ପୌରାଞ୍ଚଳ ଥିବା ବିଜୁ ପରିବାର ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା କରି ବଡ଼ବିଲ କିରିବୁରୁ ଛକରେ ଥିବା ମାଆ ତାରିଣୀଙ୍କ ମନ୍ଦିର ରେ ସମୂହ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହ ଦୀପ ଦାନ କରି କରିଥିବା ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରାଞ୍ଚଳର ବିଜୁ ଜନତା ଦଳର ବରିଷ୍ଠ କର୍ମୀ ବିଜୟ କୁମାର ମହାନ୍ତି, ପ୍ରଶାନ୍ତ ସାହୁ, ହେମନ୍ତ ସହାୟ, ପ୍ରଭୁଦତ୍ତ ପ୍ରଧାନ, ସୁନିଲ ଗୁପ୍ତା ବିଜୁ ଜନତା ଦଳର ସମସ୍ତ ୱାର୍ଡ଼ ମେମ୍ବର, ଓ ବଡ଼ବିଲ ବିଜୁଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ଥିଲେ, ଓ ନବୀନ ପଟ୍ଟନାୟକ ସୁସ୍ଥ ହୋଇ ଆସି ପୁଣି ଥରେ ଓଡ଼ିଶା ବାସୀଙ୍କ ସେବାରେ କାର୍ଯ୍ୟ କରିବେ ବୋଲି ଆଶାକରି ସମସ୍ତେ ମାଆ ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
