*ଜନତା ସରକାରୀ ହାଇସ୍କୁଲରେ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ :*

ବରଗଡ଼ (ପବିତ୍ର ମେହେର):ପ୍ରତ୍ୟହ ଯୋଗାଭ୍ୟାସ କଲେ ଶାରୀରିକ ଓ ମାନସିକ ସୁସ୍ଥତା ଉପଲବଧ ହୋଇଥାଏ।ଯୋଗର ଶାରୀରିକ, ମନସ୍ତାତ୍ତ୍ୱିକ ଓ ଆଧ୍ୟାତ୍ମିକ ପ୍ରଭାବକୁ ଉପଲବଧି କରି ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ,ଭୁକ୍ତାରେ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ ଓ ରଂଜିତ ସାହୁ ଶିକ୍ଷାର୍ଥୀମାନଙ୍କୁ ଯୋଗାଭ୍ୟାସ କରାଇବା ସହିତ ପ୍ରାଣାୟାମ, ଅନୁଲୋମ ବିଲୋମ, କପାଳଭାତି, ଭ୍ରାମରୀ ଆଦି ଯୋଗର ଉପକାରିତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଜୁନିଅର୍ ରେଡକ୍ରସ କାଉନସିଲର ସଂଜୟ ଖମାରୀ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ” ଏକ ପୃଥିବୀ ଏକ ସ୍ଵାସ୍ଥ୍ୟ ପାଇଁ ଯୋଗ “ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ସୂଚନା ପ୍ରଦାନ କରିବା ସହିତ ସମସ୍ତେ ସୁସ୍ଥ ଜୀବନ ଶୈଳୀ ଆପଣାଇବା ପାଇଁ ମତପ୍ରକାଶ କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ସୁସ୍ଥତା ବଜାୟ ନିମନ୍ତେ ଯୋଗର ଆବଶ୍ୟକତା ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ଦେଇଥିଲେ।ଶିକ୍ଷକ ତେଜରାମ ସା ,ବୋଧରାମ ବିଶ୍ବାଳ ,ଆଶୁତୋଷ ଭୋଇ, ଶ୍ରୀପତି ସାହୁ,ଈଶ୍ୱର ପଧାନ,ସୁବାସ ଚନ୍ଦ୍ର ଖମାରୀ,ଅମୂଲ୍ୟ ଭୋଇ, ପଦ୍ମଲୋଚନ ବିଶି, ପ୍ରଶାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ, ରାଜକୁମାରୀ ଭୁଏ, ସରିତା ପଟେଲ, ମନୋଜା ପଟେଲ,ପୁଷ୍ପାଞ୍ଜଳି ପଧାନ ଓ ଅନୀତା ପଧାନଙ୍କ ସମେତ ଜୁନିଅର ରେଡକ୍ରସର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।
