ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘର ନୂତନ ସଭାପତି ଚୟନ
ଢେଙ୍କାନାଳ ଜିଲ୍ଲା ବନ୍ଧୁକଧାରୀ ସଂଘ ତରଫରୁ ସ୍ଥାନୀୟ କୈବଲ୍ୟ ବଜାରସ୍ଥିତ ଦଧୁବାମନ ମଠ ପ୍ରାଙ୍ଗଣ ଭାଗବତ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ କୁମୁଦ ଚନ୍ଦ୍ର ସାହୁଙ୍କୁ ନୂତନ ସଭାପତି ଭାବେ ଚୟନ କରାଗଲା । ଉକ୍ତ ସଭାରେ ସଂପାଦକ ଗିରିଶ ଚନ୍ଦ୍ର ମହାଳିକ, ଉପସଭାପତି ତୋଫାନ କୁମାର ସାହୁ, କୋଷାଧ୍ୟକ୍ଷ ସୁରେଶ କୁମାର ବ୍ରହ୍ମ, ସହ-ସମ୍ପାଦକ ରମେଶ ସାମଲ ଓ ସମସ୍ତ ସଭ୍ୟବନ୍ଦ ଉପସ୍ଥିତ ଥିଲେ । ଉକ୍ତ ସଭାରେ ସଂଘର ସଂପାଦକ ବାର୍ଷିକ ଆୟବ୍ୟୟ ଓ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା ।