ରାସୋଳରେ କେନ୍ଦ୍ରୀୟ ବିଦ୍ୟାଳୟ ହବାପାଇଁ ଦାବି ଜୋର ଧରିଲା
ହିନ୍ଦୋଳ :ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ହବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିମନ୍ତେ ଆସିଥିବା କେନ୍ଦ୍ରୀୟ ଟିମ ଓ ହିନ୍ଦୋଳ ର ପ୍ରଶାସନ ଅଧିକାରୀ ଉପଜିଲ୍ଲାପାଳ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ହିନ୍ଦୋଳ ଉପଖଣ୍ଡର ବିଦ୍ୟାଳୟ ହବାପାଇଁ ସମସ୍ତ ଉପଯୋଗୀ ସରକାରୀ ଜାଗା ଦେଖିବାପରେ ରାସୋଳ ଅଂଚଳର ଦମକଳ କେନ୍ଦ୍ର ନିକଟରେ ହବାପାଇଁ ସ୍ଥିର କରିଥିଲେ ଏବଂ ଏବେ ଅସ୍ଥାୟୀ ଭାବେ ଆସନ୍ତା ଅଗଷ୍ଟ ମାସଠାରୁ କଳିଙ୍ଗାପାଳ ଉଚ୍ଚବିଦ୍ୟାଳୟ ଠାରେ ଶିକ୍ଷାନୁଷ୍ଠାନ ଆରମ୍ଭ କରିବାପାଇଁ ନିଷ୍ପତି କରିଥିଲେ। କିନ୍ତୁ ରାସୋଳରେ କେନ୍ଦ୍ରୀୟ ବିଦ୍ୟାଳୟ ହବାକଥା ପ୍ରସାରିତ ହେବାପରେ ହିନ୍ଦୋଳର କିଛି ଅଂଚଳର ଲୋକ ଏହାକୁ ବିରୋଧକରି ଏଠାରେ କରେଇନଦେବାପାଇଁ ଚକ୍ରାନ୍ତ ଆରମ୍ଭ କରିଛନ୍ତି ଯାହା ଫଳରେ କି ଆଜି 23/06/2025ରିଖ ରବିବାର ଦିନ ରାସୋଳ ଜୋନ ର 10ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟା, ବିଭିନ୍ନ ଗ୍ରାମର ସଭାପତି /ସମ୍ପାଦକ, ରାସୋଳ ବିକାଶ ପରିଷଦର ସଭାପତି /ସମ୍ପାଦକ, ରାସୋଳ କୁମାର କ୍ଲବ ର ସଭାପତି /ସମ୍ପାଦକ, ରାସୋଳ ସନରାଇଜ କ୍ଲବ ର ସଭାପତି /ସମ୍ପାଦକ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ, ବୁଦ୍ଧିଜୀବୀ ଏବଂ ରାସୋଳ ଅଂଚଳ ର ଶିକ୍ଷାବିତ ବରିଷ୍ଠ ନାଗରିକ ମାନେ ମିଳିତ ହୋଇ ଏକ ବଡ଼ ବୈଠକ କୁମାର କ୍ଲବ ସଭାଗୃହରେ ଆୟୋଜନ ହୋଇଥିଲା, ପ୍ରଥମେ ହିନ୍ଦୋଳ ଉପଖଣ୍ଡ ରେ କେନ୍ଦ୍ରୀୟ ବିଦ୍ୟାଳୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାସୋଳ ଅଂଚଳବାସୀ ଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ଏବଂ ଏଥିରେ ସମ୍ପୂର୍ଣ ସହଯୋଗ କରିଥିବା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟ ପାଣି ଓ ମାନ୍ୟବର ବିଧାୟିକା ସୀମାରାଣୀ ନାୟକ ଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରାଯାଇଥିଲା। କିନ୍ତୁ ରାସୋଳ ଅଂଚଳରେ ସବୁପ୍ରକାର ସୁବିଧା ସୁଯୋଗ ଥାଇ, ଯେପରିକି ସ୍ଥାନ ନିରୂପଣ କରାଯାଇଥିବା ପାଖରେ ଦମକଳ କେନ୍ଦ୍ର, ଡାକ୍ତରଖାନା, ପଶୁଡାକ୍ତରଖାନା, ଥାନା, RI ଅଫିସ, ପୂର୍ତ୍ତ ବିଭାଗ ବଙ୍ଗଳା, ଗମନା ଗମନ ପାଇଁ ଦିନ ରାତି ଗାଡି ମଟର ର ସୁବିଧା, ପାଖରେ ସାପୁଆ ପର୍ଯ୍ୟଟନ ସ୍ଥଳୀ ଭଳି ଉତ୍ତମ ପରିବେଶ ଥାଇ ମଧ୍ୟ ଏହାକୁ କିଛି ଲୋକ ବିରୋଧ କରୁଥିବାରୁ ଏହାର ପ୍ରତିବାଦ ରେ ଆଜି ରାସୋଳ ଅଂଚଳରେ ପ୍ରଜାମେଳି ଦେଖିବାକୁ ମିଳିଥିଲା। ଆଜିର ଏହି ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ କେମିତି ଏହି କେନ୍ଦ୍ରୀୟ ବିଦ୍ୟାଳୟ ରାସୋଳ ଠାରେ ହବାପାଇଁ ନିଜ ନିଜର ମନ୍ତବ୍ୟ ଦେଇ ନାରାବାଜି କରିଥିଲେ ଏବଂ ଏକ କୋଡିଏ ଜଣିଆ କମିଟି ଗଠନ କରି ସବୁ ଅଂଚଳ ର ଲୋକଙ୍କର ଦସ୍ତଖତ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ସାଂସଦ ଢେଙ୍କାନାଳ ଓ ବିଧାୟିକା ହିନ୍ଦୋଳ ଙ୍କୁ ଭେଟିକରି ଦାବି ଜଣେଇବାପାଇଁ ନିଷ୍ପତି କରିଥିବାର ଜାଣିବାକୁ ମିଳିଛି। ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ