ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ୍
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ୍, ଜଣେ ଗିରଫ। ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ନାଲଦା ରାସ୍ତାରେ ରାତ୍ରୀ ସମୟରେ ଯାତାୟତ କରୁଥିବା ଗାଡିରୁ କିଛି ଦୁବୃର୍ତ୍ତ ବେଲକୁଣ୍ଡି ଗ୍ରାମ ନିକଟରେ ସସସ୍ତ୍ର ଡକାୟତି କରିବାକୁ ଉଦ୍ୟମ କରୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ପୋଲିସ୍ ଅତର୍କିତ ଚଢ଼ାଉ କରିଥିଲା । ତେବେ ପୋଲିସ୍ ଚଢ଼ଉ ସମୟରେ କିଛି ଦୁବୃର୍ତ୍ତ ଘଟଣା ସ୍ଥଳରୁ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ଜଣକୁ ଗିରଫ କରିଛି ପୋଲିସ୍ ଓ ତା ନିକଟରୁ ଏକ ଦେଶୀ ପିଷ୍ଟଲ ଓ ଗୋଟିଏ ମୋବାଇଲ୍ ଜବତ କରିଥିବା ନେଇ ବଡ଼ବିଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
