ବଡ଼ବିଲ ବିଜେପି ମଣ୍ଡଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ପାଳନ
ଓଡ଼ିଶାର ଗର୍ବ ଓ ଗୌରବ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନକୁ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ବଡ଼ବିଲ ନଗର ମଣ୍ଡଳ ପକ୍ଷରୁ ଭବ୍ୟ ଢଙ୍ଗ ରେ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ରେ ଥିବା ବିଜେପି ମଣ୍ଡଳ ପାର୍ଟି କାର୍ଯ୍ୟାଳୟ ରେ ଏକ ସଭା ଅନୁଷ୍ଟିତ ହୋଇଥିଲା ଓ ପରେ କାର୍ଯ୍ୟକର୍ତା ମାନେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମ ରେ ବିଜେପି ରାଜ୍ୟ ପରିଷଦ ସଦସ୍ୟା ଝରଣା ମହାନ୍ତ, ବଡ଼ବିଲ ମଣ୍ଡଳ ସାଧାରଣ ସମ୍ପାଦକ ସୁନିଲ ଦାସ, ଶ୍ରୀନିବାସ କୋନାର, ଉପ ସଭାପତି ମୋହନ କର,ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନିତା ଭୌମିକ, ମଣ୍ଡଳ ସମ୍ପାଦକ ବନିତା ସାମଲ,ବନ୍ଦନା ଦାସ,ଋତୁ ବାରିକ, ସୀମା ଶର୍ମା, ମୁନୁ ମାୟା ରଣା, ଧରିତ୍ରୀ କୁଅଁର ଓ ଯୁବ ମୋର୍ଚ୍ଚା ର ରାଜୀବ କୁମାର, ମାନସ ମହାନ୍ତି,ନିରଞ୍ଜନ ଗୋପ,କିଷାନ ସିଂ,ପ୍ରଥମ ବାରିକ, ନରେନ୍ଦ୍ର ପାତ୍ର, ଶିବ ଲୋହାର,ଟୁନା ବେହେରା, ଅମୀୟ ଦାସ ଓ ରୂପଲାଲ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ ପ୍ରତ୍ୟକ୍ଷ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ