ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେଲେନ୍ କେଲର୍ ଦିବସ ପାଳିତ
ଢେଙ୍କାନାଳ, ୨୬ ଜୁନ୍ ୨୦୨୫:ଢେ଼ଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ଓ ଅଲ୍ଲୀ ୟବର ଜଙ୍ଗ ଜାତୀୟ ମୁକ ଏବଂ ବଧିର ଦିବ୍ୟାଙ୍ଗଜନ ଅନୁଷ୍ଠାନର ମିଳିତ ସହଯୋଗରେ ହେଲେନ୍ କେଲର୍ ଦିବସ ଗୁରୁବାର, ୨୬ ଜୁନ୍ ୨୦୨୫ ଅପରାହ୍ନ ୨ଘଟିକାରେ ନୂଆ ପାଠାଗାରଠାରେ ଉତ୍ସାହ ଓ ଗମ୍ଭୀରତାର ସହ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ରବଟ୍ ଉଇଲସନ୍ ଭାତ୍ରା ଅତିଥି ପରିଚୟ ଦେବା ସହ ଏହି ଦିବସର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର୍ ଡ଼. ପୂର୍ଣ୍ଣଚନ୍ଦ୍ର ବରାଳ ସ୍ୱାଗତ ଭାଷଣ ଦେବା ସହ ହେଲେନ୍ କେଲରଙ୍କ ଦୃଢ଼ ଆତ୍ମବଳ ଓ ତାଙ୍କର ସାମାଜିକ ଦୃଷ୍ଟିକୋଣ ବିଷୟରେ ଗଭୀର ଆଲୋଚନା କରିଥିଲେ।ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ଼. ଦେବାଶିଷ ମହାନ୍ତି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ।ଆମନ୍ତ୍ରିତ ଅତିଥି ଭାବେ ଭାଷା ପ୍ରଶିକ୍ଷିକା ଅଳକା ନନ୍ଦା ଯୋଶୀ ହେଲେନ୍ କେଲରଙ୍କ ଜୀବନ ଓ ଅଭିଜ୍ଞତା ବିଷୟରେ ଏକ ଦାର୍ଶନିକ ଓ ମାନବିକ ବକ୍ତବ୍ୟ ରଖିଥିଲେ। ପ୍ରଶିକ୍ଷକ ଦିଲ୍ଲୀପ କୁମାର ପଟେଲ ସାଇନ୍ ଭାଷା ଓ ତାହାର ଗୁରୁତ୍ୱ ବିଷୟରେ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ। ସାଇନ୍ ଭାଷାର ଅନ୍ୟତମ ପ୍ରଶିକ୍ଷିକା ଅଭିଲିପ୍ସା ପ୍ରଧାନ ଏହି ଭାଷା ସମର୍କରେ ଧାରଣା ଓ ତାହାର ସାମାଜିକ ଦକ୍ଷତା ବିଷୟରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ହେଲେନ୍ କେଲରଙ୍କ ଜୀବନ ଓ ଦୃଢ଼ ଇଚ୍ଛାଶକ୍ତି ବିଷୟରେ ଆଲୋଚନା କରି ସମାଜରେ ସମାନ ଅବସର ଓ ସମାବେଶୀତା ଗଠନ ପାଇଁ ଯୁବପିଢିଙ୍କୁ ଅନୁପ୍ରେରଣା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ଓ ଢେଙ୍କାନାଳ ସନ୍ଧ୍ୟା ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀ, ଓ ଏନ. ଏସ୍.ଏସ୍. ସ୍ୱେଚ୍ଛାଚାରୀ ଅଂଶଗ୍ରହଣ କରିଥିଲେ।