ଛତାବସ୍ତ୍ର ବଣ୍ଟନ କରି କେନ୍ଦ୍ର ମନ୍ତ୍ରୀ ଙ୍କ ଜନ୍ମ ଦିନ ପାଳିଲେ ସମାଜସେବୀ ତଥା ବିଜେପି ନେତା ବିଭୁତି ସାହୁ
Dt- 26/06/2025( ଦୁର୍ଯ୍ୟୋଧନ ପ୍ରଧାନ) – ତାଳଚେର – ଆଜି ଓଡିଶା ତଥା ତାଳଚେର ମା ହିଙ୍ଗୁଳା ମାଟିର ସୁଯୋଗ୍ୟ ସନ୍ତାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୫୬ ତମ ଜନ୍ମ ଦିବସ । ଏହି ଅବସର ରେ ତାଳଚେର ରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି ଶ୍ରୀ ପ୍ରଧାନଙ୍କ ଜନ୍ମ ଦିନ ।ଏହି ପରିପେକ୍ଷୀରେ ତାଳଚେର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମାଜସେବୀ ତଥା ବିଜେପି ନେତା ବିଭୁତି ସାହୁ ୧୦୦୦ ଦୀପ ଜାଳିବା ସହ ଦୁଖୀରଙ୍କି ମାନଙ୍କୁ ଛତାବସ୍ତ୍ର ବଣ୍ଟନ କରି ଶ୍ରୀ ପ୍ରଧାନଙ୍କ ଜନ୍ମ ଦିନ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ ମାତା ବସନ୍ତ ମଞ୍ଜରୀ ପ୍ରଧାନ ଉପସ୍ଥିତ ରହି ଛତାବସ୍ତ୍ର ବାଣ୍ଟିବା ସହିତ ଦୀପ ପ୍ରଜ୍ଵଳନ କରିଥିଲେ ତାସହ ତାଳଚେର ର ବହୁ ବିଜେପି କର୍ମୀ ଉପସ୍ଥିତ ରହି ଉକ୍ତ କାଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।