ସାମ୍ୱାଦିକ ଗୌରବ ସ୍ଵର୍ଗତ ଦିବାକର ମିଶ୍ରଙ୍କ ୧୧୦ ତମ ଜୟନ୍ତୀ ପାଳିତ
ତାଳଚେର,୨୬/୬: ସାମ୍ୱାଦିକ ଗୌରବ ସ୍ଵର୍ଗତ ଦିବାକର ମିଶ୍ର ଜଣେ ବ୍ୟକ୍ତି ନଥିଲେ ସେ ଥିଲେ ଏକ ଅନୁଷ୍ଠାନ। ତାଙ୍କର ସାଲିସ୍ ବିହୀନ ସାମ୍ୱାଦିକତା, ସ୍ପଷ୍ଟବାଦିତା ଓ ନିର୍ଭିକତା ପାଇଁ ସେ ଅନନ୍ୟ ବ୍ୟଚ୍ଛିତ୍ଵ ଥିଲେ ବୋଲି ଆଜି ଅନୁଷ୍ଠିତ ୧୧୦ ତମ ଜୟନ୍ତୀ ସଭାରେ ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲ । ଅନ୍ୟତମ ଅତିଥି ଭାବେ ତାଳଚେରପୌରପରିଷଦ ର ନଗର ପାଳ ପବିତ୍ରଭୂତିଆ ଯୋଗଦେଇ ସାମ୍ବାଦିକତା ଓ ତାଳଚେର ର ସମସ୍ୟା ପାଇଁ ସବୁବେଳେଚିନ୍ତାକରୁଥିବା ସ୍ବର୍ଗତ ଦିବାକର ମିଶ୍ର ଙ୍କ ନିତିଆଦର୍ଶ ତାଳଚେର ବାସୀ ଙ୍କ ପାଇଁ ଏକ ଅଭୂଲା ସ୍ମୃତି ବୋଲି ପ୍ରକାଶ କରିଥିଲେ । ଏଥିସହିତ ଏହି ଜୟନ୍ତୀ ସଭାରେ ତାଳଚେରର ଅନେକବୁଦ୍ଧିଜୀବୀ ବ୍ୟବସାୟୀ ସାମ୍ବାଦିକ ମାନେ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ମିଶ୍ର ତାଳଚେର ର ସେତେ ବେଳେ ଜଣେ ମୁରବୀ ସ୍ଥାନୀୟ ବ୍ୟକ୍ତି ଥିବା ହେତୁ ଏବେ ତାଙ୍କର ଅନୁପସ୍ଥିତତା ସମଗ୍ର ସହର ବାସୀ ଙ୍କ ପାଇଁ ଶୂନ୍ୟସ୍ଥାନ ହୋଇରହିଛି ଏଵଂ ସହର ର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଉ ସେଭଳି କେହି ଖୋଲାଖୋଲି ଭାବରେ ପ୍ରଶାସନ, ହେଉ କିମ୍ଵା ରାଜନେତା ଓ ବିଭିନ୍ନ ସଂସ୍ଥାକୁ ତାଗିଦ କରିପାରୁନାହାନ୍ତି ବୋଲି ପ୍ରକାଶ କରିଥିଲେ। ସେ ଜଣେ ନିର୍ଭୀକସାମ୍ବାଦିକ ସହ ଏକାଧାରରେ ଉଚ୍ଚ କୋଟୀର କାର୍ଟୁନିଷ୍ଟ, ସ୍ତମ୍ଭକାର ଓ ଉଚ୍ଚ ଚିନ୍ତାଶୀଳ ବ୍ୟକ୍ତି ଥିଲେ ବୋଲି ମତ ସଭାରେ ମତ ପ୍ରକାଶ ପାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତାଳଚେର ସହରର ବଡ଼ ବଜାର ସ୍ଥିତ ସ୍ଵର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସାମ୍ବାଦିକ ବିରଜା ମିଶ୍ର , କେଶବ ଭୂତିଆ, ବିଜେଡ଼ି ଜିଲ୍ଲା କୋଷାଧ୍ୟକ୍ଷ ବାନାମ୍ୱର ଭୂତିଆ, କାଉନ୍ସିଲର ଆସିଫ୍ ଖାନ୍, ଯଶୋବନ୍ତ ମିଶ୍ର, ସନ୍ତୋଷ କୁମାର ବେହେରା, ବାବୁନି ସ୍ଵାଇଁ , ଜ୍ୟୋତି ରଂଜନ ଦାସ , ବଳରାମକୁଣ୍ଡ , ଦିଲୀପ ପାଣି ,ଜିଲ୍ଲା ବିଜେପି ସମ୍ପାଦକ ପ୍ରକାଶ ମହାରଣା, କଂଗ୍ରେସ ନେତା ବଜରଙ୍ଗ ଅଗ୍ରୱାଲା, ଶିକ୍ଷାବିତ୍ ବିଭୂତି ମିଶ୍ର, ସ୍ମୃତି କମିଟି ସଂଯୋଜକ ତପନ କୁମାର ମହାରଣା ,ରାମଚନ୍ଦ୍ର ଭୂତିଆ , ଭାଗିରଥି ମହାପାତ୍ର, ପ୍ରକାଶ ସାହୁ, ପ୍ରଦୀପ ମହାରଣା, ତାଳଚେର ମୁ୍ୟନିସିପାଲିଟି ପକ୍ଷରୁ ବଡ଼ ବାବୁ ଚିତ୍ତରଂଜନ ସାହୁ, ବୁଦ୍ଧିଆ ଭୂତିଆ, ଅବୁ ଖାନ, ବଣିକ ସଂଘର ସଦସ୍ୟ ପ୍ରଦୀପ ସାହୁ, ଗୋବିନ୍ଦ ଭୂତିଆ, ସାମ୍ୱାଦିକ ଦେବୀ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ବୁଦ୍ଧିଜୀବୀ, ବ୍ୟବସାୟୀ ଓ ଜନସାଧାରଣ ସ୍ଵର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସିଟିଜେନ ଫୋରମର ସଂଯୋଜକ ଜିତେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ତାଳଚେର ପ୍ରେସ୍ କ୍ଲବ୍ ଠାରେ ପ୍ରେସକ୍ଲବରସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତିସଭାରେ ସଂଘର ସାଧାରଣ ସମ୍ପାଦକ ଡ଼ଃ ରଶ୍ମିରଞ୍ଜନ ମିଶ୍ର ସ୍ବର୍ଗତ ଦିବାକର ମିଶ୍ର ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରିବା ସହ ଜୟନ୍ତୀ ସଭାରେ ତାଙ୍କରସ୍ମୃତି ଚାରଣ କରାଯାଇ ଥିଲା । ଏଥିରେ କ୍ଲବ ର କୋଷାଧ୍ୟକ୍ଷ ତପନ କୁମାର ମହାରଣା ,ପ୍ରିୟମାଧବ ଦାସ, କାର୍ଯ୍ୟାଳୟ ସମ୍ପାଦକ ବିଜୟ ଦେବତା ,ଅଜିତ ବେହେରା, ସମାଜ ସେବୀ କ୍ଷୀରୋଦ ସାହୁ, ଭାଗ୍ୟରଥି ମହାପାତ୍ର , ପ୍ରଦୀପମହାରଣା , ଗିରିଶ ଚନ୍ଦ୍ର ସାମଲ ସୁନିଲ ସିଂହ, ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରେସ୍ କ୍ଳବ୍ରେ ଥିବା ସ୍ଵର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।