ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ୯୭ ତମ ଶ୍ରାଦ୍ଧ ଦିବସ ପାଳିତ
ତାଳଚେର,୨୬/୬: ତାଳଚେର ଟାଉନ ହଲ ନିକଟସ୍ଥ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ସ୍ଥଳ ଠାରେ ଆଜି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୭ ତମ ଶ୍ରାଦ୍ଧ ଦିବସ ପାଲିତ ହୋଇ ଯାଇଛି । ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ତାଳଚେର ପୌର ପରିଷଦ ନଗର ପାଳ ପବିତ୍ର ଭୂତିଆ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ଦରଦୀ ବଂଧୁ ଭାବେ ଜଣାଶୁଣା । ଓ ଓଡ଼ିଶା ପାଇଁ ତାଙ୍କର ଅବଦାନକୁ ଭୂଲି ହେବନାହିଁ ବୋଲି ପ୍ରକାଶ କରିଥିଲେ। ଏଥିସହିତ ଏହି ଶ୍ରାଦ୍ଧ ଦିବସରେ ତାଳଚେର ର ବହୁ ବୁଦ୍ଧିଜୀବୀ ,ବ୍ୟବସାୟୀ ,ସାମ୍ବାଦିକ ମାନେ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ଗୋପବନ୍ଧୁ ସାରା ରାଜ୍ଯ ପାଇଁ ଜଣେ ସୂଯୋଗ୍ୟ ସନ୍ତାନ ହୋଇ ଥିବାରୁ ସେ ସବୁ ବେଳେ ନମସ୍ୟ ବୋଲି ମତ ପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବିରଜା ମିଶ୍ର , କେଶବ ଭୂତିଆ, ବିଜେଡ଼ି ଜିଲ୍ଲା କୋଷାଧ୍ୟକ୍ଷ ବାନାମ୍ୱର ଭୂତିଆ, କାଉନ୍ସିଲର ଆସିଫ୍ ଖାନ୍, ଯଶୋବନ୍ତ ମିଶ୍ର, ସନ୍ତୋଷ କୁମାର ବେହେରା, ବାବୁନି ସ୍ଵାଇଁ , ଜ୍ୟୋତି ରଂଜନ ଦାସ , ଦେବନ ବେହେରା ବଳରାମକୁଣ୍ଡ , ଦିଲୀପ ପାଣି ,ଜିଲ୍ଲା ବିଜେପି ସମ୍ପାଦକ ପ୍ରକାଶ ମହାରଣା, ପ୍ରକାଶ ସାହୁ ,କଂଗ୍ରେସ ନେତା ବଜରଙ୍ଗ ଅଗ୍ରୱାଲା, ଶିକ୍ଷାବିତ୍ ବିଭୂତି ମିଶ୍ର, ସଂଯୋଜକ ତପନ କୁମାର ମହାରଣା ,ରାମଚନ୍ଦ୍ର ଭୂତିଆ , ମନୋଜମହାପାତ୍ର ଭାଗିରଥି ମହାପାତ୍ର, ପ୍ରଦୀପ ମହାରଣା, ଜିତେନ୍ଦ୍ର ମହାପାତ୍ର ସମେତ ବହୁ ବୁଦ୍ଧିଜୀବୀ , ବ୍ୟବସାୟୀ ଓ ଜନ ସାଧାରଣ ସ୍ଵର୍ଗତ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସାମ୍ବାଦିକ ଦେଵୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।