ବିଶ୍ବର ସର୍ବ ବୃହତ୍ ରଥ ଗଡିଲା କେନ୍ଦୁଝରରେ ତା ସାଙ୍ଗକୁ ବଡ଼ବିଲ ପୌରାଞ୍ଚଳରେ ଗଡିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ

ପବିତ୍ର ରଥଯାତ୍ରା ତଥା ଶ୍ରୀଗୁଣ୍ଡିଚା ଅବସରରେ କେନ୍ଦୁଝର ପୁରୁଣାବଜାର ସ୍ଥିତ ବଳଦେବଜୀଉ ମନ୍ଦିରର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବର ସର୍ବ ବୃହତ୍ ରଥକୁ ଅତି ଶୃଙ୍ଖଳାର ସହ ଅତି ହର୍ଷ ଉଲ୍ଲାସ ସହକାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମାନେ ଟାଣି ଟାଣି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେଇଥିଲେ।

ତାସାଙ୍ଗକୁ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଗଡିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ। ପବିତ୍ର ଶ୍ରୀ ଗୁଣ୍ଡିଚା ତଥା ରଥଯାତ୍ରା ଅବସରରେ ବଡ଼ବିଲ ପୌରାଞ୍ଚଳ ରେ ଥିବା ତିନୋଟି ଜଗନ୍ନାଥଙ୍କ ମନ୍ଦିର ଯଥା ହରିହର ମନ୍ଦିର, ବଡ଼ବିଲ ନାଲଦା ମେନରୋଡ ରେ ଥିବା ଜଗନ୍ନାଥ ଙ୍କ ମନ୍ଦିର ଓ କୁରିବୁରୁ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ରୁ ତିନି ରଥକୁ ଭକ୍ତ ମାନେ ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି ସଂକୀର୍ତ୍ତନ କରି ରଥକୁ ଟାଣି ଟାଣି ନେଉଥିବର୍ ମନୋଲୋଭା ଦୃଶ୍ୟ ଦେଖିବାକୁ ମିଳିଥିଲା, କୌଣସି ପ୍ରକାରର ଅଘଟଣକୁ ଏଡାଇବା ପାଇଁ ଆଞ୍ଚଳିକ ପୋଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

