ତାଳଚେର ‘ରଥଯାତ୍ରା’ ନିଆରା ଓ ଐତିହାସିକ ପରମ୍ପରା
ତାଳଚେର, ୨୭/୦୬ ଏନ୍ଏନ୍ଏସ୍: କେଉଁ ଆବାହମାନ କାଳରୁ ରାଜା ରାଜୁଡ଼ା ଅମଳରୁ ତାଳଚେର ପ୍ରସିଦ୍ଧ ‘ରଥାଯାତ୍ରା’ ପାଳନ ହୋଇ ଆସୁଅଛି । ପ୍ରତିବର୍ଷ ଆଶାଢ଼ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ‘ରଥଯାତ୍ରା’ ପାଳନ କରାଯାଏ ଏବଂ ଏହାକୁ ଗୁଣ୍ଡିଚାଯାତ୍ରା ମଧ୍ୟ କୁହାଯାଏ । ପୂର୍ବରୁ ରଥଯାତ୍ରା ସମୟରେ ୧୫ଦିନ ଆଗରୁ ତାଳଚେରରେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଯାତ୍ରା ପୂର୍ବଦିନ ସମ୍ପୂର୍ଣ୍ଣ କରାଯାଇଥାଏ । ଏବଂ ଜଗତରନାଥ ଜଗନ୍ନାଥ ଯେତେ ବେଳେ ୧୦୮ ଯୋଡ଼ା ଜଳ ସ୍ନାନ କରି ଜ୍ୱରରେ ପିଡ଼ିତ ହୋଇଥାନ୍ତି, ସେହି ସମୟରେ ପଟିଦିଅଙ୍କୁ ଭକ୍ତମାନେ ଦର୍ଶନ କରିଥାନ୍ତି । ବିଧିବିଧାନ ଅନୁସାରେ ପଣ୍ଡିତମାନେ ପ୍ରଭୂଙ୍କୁ ୧୦ମୂଳ ଉପଚାର କରାଇ ସୁସ୍ଥ କରାଇଥାନ୍ତି । ତେବେ ପ୍ରଭୂଙ୍କ ଦେହ ସୁସ୍ଥ ହେଲାପରେ ବର୍ଷକରେ ଥରେ ତାଙ୍କର ଜନ୍ମସ୍ଥାନ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ରଥାରୁଢ଼ ହୋଇ ଆସନ୍ତି, ବାଟରେ ଆସିବା ଭିତରେ ତାଙ୍କର ମାଉସୀ ମା’ଙ୍କ ମନ୍ଦିର ପଡ଼ିଥାଏ, ସେଠି ସେ କିଛି ସମୟ ରହି ମାଉସୀମା’ଙ୍କ ହାତରୁ ତାଙ୍କର ଅତିପ୍ରିୟ ପୋଡ଼ପିଠା ଭୋଜନ କରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ଏହି ଯାତ୍ରା ପଭ୍ରୂଙ୍କର କେବଳ ବର୍ଷରେ ଥରେ ନଅ ଦିନ ବ୍ୟାପି ଏହି ଯାତ୍ରା ହୋଇଥାଏ । ଚତୁର୍ଦ୍ଧା ମୂରତୀ ବଡ଼ ଦେଉଳକୁ ଛାଡ଼ି ନଅଦିନ ପାଇଁ ରଥରେ ଓ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେଇଥାନ୍ତି । ତେଣୁ ପ୍ରଭୂଙ୍କ ଏହି ଯାତ୍ରାକୁ ନିଆରା ଓ ଐତିହାସିକ ରଥଯାତ୍ରାରେ ରୂପେ ପୂର୍ବପୁରୁଷ ମାନେ ପାଳନ କରି ଆସିଛନ୍ତି । ଓଡ଼ିଶାର ପ୍ରଭୂଙ୍କ ଏହା ଏକ ବଡ଼ଯାତ୍ରା ହୋଇଥିବାରୁ ସାରା ବିଶ୍ୱରେ ଏହା ପାଳନ କରଯାଉଥିବା ଜଣାପଡ଼ିଛି । ବର୍ଷକୁ ଥରେ ମାତ୍ର ପ୍ରଭୂ ଦେଉଳଛାଡ଼ି ଯାତ୍ରା କରୁଥିବା ବେଳେ ପୁଣି ବାହୁଡ଼ା ଯାତ୍ରାଦିନ ବଡ଼ଦେଉଳକୁ ଫେରି ଆସନ୍ତି । ମା’ଲକ୍ଷ୍ମୀଙ୍କୁ ୬ଦିନ କହି ୯ଦିନ ଯାତ୍ରା କରିବା ପ୍ରଥା ମାତା ଲକ୍ଷ୍ମୀଙ୍କ ଦେହରେ ନଯାଇ ସେ ରାଗଋଷା ଓ ଅଭିମାନ କରି ହେରାପଂଚମୀ ଦିନ ବଡ଼ଦେଉଳରୁ ଗୁଣ୍ଡିଚା ମନ୍ଦିରରେ ଆସି ପଂହଚି ଯାଆନ୍ତି, ପ୍ରଭୂଙ୍କ ସହ ରାଗଋଷା କରିବାକୁ ଏବଂ ସେହିଦିନ ରଥର କାଠଭାଙ୍ଗି ରଥର ମୁହଁ ପରିବର୍ତନ କରାଯାଇଥାଏ । ତେବେ ପ୍ରଭୂ ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ଓ ଏକାଦଶୀ ସାରି ପୁଣି ବଡ଼ଦେଉଳକୁ ବିଜେ କରିଥାନ୍ତି । ମା’ଲକ୍ଷ୍ମୀଙ୍କର ରାଗଋଷା ଶିଖରେ ପଂହଚି ଯାଇଥିବାରୁ ମା’ଙ୍କ ରାଗ ଶାନ୍ତ କରିବାକୁ ପ୍ରଭୂ ତାଙ୍କ ପାଇଁ ସ୍ନେହର ସହ କିଛି ଲଡ଼ୁ ସାଥିରେ ନେଇ ବଡ଼ଦେଉଳ ଅଭିମୁଖେ ଯାତ୍ରା କରନ୍ତି । ଯିଏ ରଥାରୁଢ଼ ହୋଇ ବସିଲେ ସେ ହିଁ ଯେ ସକଳ ଶକ୍ତିର ଆଧାର, ସେ ହିଁ ଦେବତା, ତାହା ସବୁବେଳେ ନୁହେଁ, କୁରୁକ୍ଷେତ୍ରରେ ରଥାରୁଢ଼ ହୋଇଥିଲେ ଅର୍ଜୁନ, ସାରଥି ଥିଲେ କୃଷ୍ଣ, କିନ୍ତୁ କୃଷ୍ଣଙ୍କ ବିନା ମହାଭାରତରେ ସାରଥି କୃଷ୍ଣଙ୍କ ବିନା ଅର୍ଜୁନ ହୁଏତ ପ୍ରତିପ୍ରତି ଦେଖାଇ ପାରି ନଥାନ୍ତେ । ଅର୍ଥାତ୍ ଯିଏ ପରିଚାଳନା କରୁଛି ସିଏ ହିଁ ଯୁଦ୍ଧ ଜିତିବାର ମୁଖ୍ୟ ଭୂମିକା ନେଇଥାନ୍ତି । ଆଉ ଗୋଟିଏ କଥା ରଥଯାତ୍ରାରେ ଭକ୍ତଙ୍କ ଭୂମିକା ସର୍ବୋପରି, କାରଣ ରଥକୁ ଭକ୍ତମାନେ ହିଁ ଟାଣିଥାନ୍ତି । ଏହି ତାଳଚେରର ରଥଯାତ୍ରାରେ କୋଣ ଅନୁକୋଣରୁ ବ୍ୟବସାୟୀମାନେ ୪-୫ଦିନ ପୂର୍ବରୁ ଆସି ନିଜର ଅସ୍ଥାୟୀ ଟେଂଟ୍ମାନ କରି ବେପାର ବଣିଜ ପାଇଁ ପସରା ମେଲାଇଥାନ୍ତି । ତାଳଚେର ଘୋଡ଼ାଶାଳ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ କିସମର ଦୋକାନ ବଜାର ବସିଥାଏ । ଚାର୍ଟ, ଗୁପଚୁପ୍, ଚଟପଟି ଖାଦ୍ୟ, ଆଇସକ୍ରିମ, ମଥୁରାକେକ, ଲଙ୍କାପୁରୀ, ଠୁମୁକା ଇତ୍ୟାଦି ଖାଦ୍ୟ ସାମଗ୍ରୀ ସହିତ ମହିଳାମାନଙ୍କ ନିମନ୍ତେ ଘରଉପକରଣ, ଘର ସଜାଇବା ନିମନ୍ତେ ଦେଶବିଦେଶର ଆଲବମ୍, ସିନେରୀ, ମନୋହରି ଦୋକାନ, ପୁରୁଣା ସାମଗ୍ରୀ ଯଥା ଝାମ୍ପି, ଟୋକେଇ, କୁଲା, ଗଉଣୀ, ମାଟି ତିଆରି ସମାଗ୍ରୀ, ଖଜୁରୀପାଲୁରେ ନିର୍ମିତ ବିଭିନ୍ନ ଘର ବ୍ୟବହାରିକ ଜିନିଷପତ୍ର ଇତ୍ୟାଦି ମିଳିଥାଏ । ରଥଯାତ୍ରା ବେଳେ ବୃକ୍ଷରୋପଣ କରାଯିବାର ପ୍ରଥା ଓଡ଼ିଶା ସମେତ ସମଗ୍ର ଭାରତରେ ବହୁ ପ୍ରାଚୀନ ଯୁଗରୁ ରହି ଆସିଛି ।
ଏହାର କାରଣ ହେଲା ଜୁନମାସର ମଝାମଝି ପୂର୍ବ ଭାରତର ମୌସୁମୀ ଆସି ଯାଇଥାଏ । ତେଣୁ ଚାଷବାସ, ବୃକ୍ଷରୋପଣ ପାଇଁ ପରିବେଶ ଅନୁକୂଳ ହୁଏ । ରଥଯାତ୍ରା ଉପରେ ଲୋକମାନଙ୍କର ବିଶ୍ୱାସ ଅତୁଟ ହୋଇଥାଏ । ରୀତିନୀତି ଅନୁଯାୟୀ ପଣ୍ଡିତମାନେ ଚର୍ତୁର୍ଦ୍ଧା ମୂରତିଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ହୋଇ ବଡ଼ଦାଣ୍ଡକୁ ଅଣାଯାଇ ରଥାରୁଢ଼ କରାଯାଏ ଏବଂ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ମହାବାହୁ । ତାଳଚେର ଭକ୍ତଙ୍କ ଦ୍ୱାରା ରଥଟଣା ହୋଇ ଘଂଟ, ଘଂଟା, କୀର୍ତିନ, ହୁଳହୁଳି, ହରିବୋଲ ଓ ଭକ୍ତମାନେ ବିଭିନ୍ନ ଦେବାଦେବୀଙ୍କ ବେଶରେ ରଥ ସାମ୍ନାରେ ପ୍ରଦଦର୍ଶନ କରିଥାନ୍ତି ଏବଂ ଦୁଲୁକି ପଡ଼େ ବଡ଼ଦାଣ୍ଡ । ଶେଷରେ ବଡ଼ଦାଣ୍ଡ ସାହି ଛକ ରାଣୀମନ୍ଦିର ନିକଟରେ ରଥ ଆସି ପଂହଚି ଥାଏ । ପ୍ରଭୂଙ୍କ ଏହି ବର୍ଷକରେ ଥରେ ରଥଯାତ୍ରାକୁ ବଡ଼ ଆନନ୍ଦ, ଉଲ୍ଲାସ ସହକାରେ ପାଳନ କରିଥାନ୍ତି ଏବଂ ଏହି ଯାତ୍ରାକୁ ଶାନ୍ତିଶୃଙ୍କଳାରେ ସମାପନ କରିବାକୁ ନେଇ ପୌରପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ରଥଯାତ୍ରା ଆମ ଓଡ଼ିଶାରେ ଏକ ଜାତୀୟ ପର୍ବ । ବିଭିନ୍ନ ଜାତି ଓ ଧର୍ମର ଲୋକମାନେ ମିଳିମିଶି ଏହି ପର୍ବପାଳନ କରନ୍ତି । ସମସ୍ତେ ଏକତ୍ରିତ ହୋଇ ପ୍ରଭୂଙ୍କର ଘୋଷଯାତ୍ରାକୁ ସଫଳ କରିଥାନ୍ତି । ତେବେ ଚର୍ତୁର୍ଦ୍ଧା ମୂରତିଙ୍କ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଥିବା ବେଳେ ରଥକାର୍ଯ୍ୟ ସମ୍ପର୍ଣ୍ଣ କରାଯାଇ ଆଜି ପ୍ରଭୂ ଜଗତରନାଥ ଜଗନ୍ନାଥ ରଥକୁ ଆଜ୍ଞାମାଳ ଆଣାଯାଇଥିଲା ।