ରଥଯାତ୍ରା ବିଭ୍ରାଟ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ର କଡା କାଉଣ୍ଟର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ନବୀନ ପଟ୍ଟନାୟକ ମୁମ୍ବାଇରେ ରହି ସବୁ ଜାଣିଗଲେ । ପ୍ରଭୁ ଜଗନ୍ନାଥ ସେଠିକୁ ଯାଇ ତାଙ୍କୁ କହିଦେଲେ ବୋଧହୁଏ ମୁଁ ଯାଇ ପାରୁ ନାହିଁ ବୋଲି ।
ନବୀନ ପଟ୍ଟନାୟକ କଣ କରନ୍ତି ଲୋକେ ଜାଣିନାହାନ୍ତି ନା କଣ ? କେତେ ସମୟ ରଥଯାତ୍ରା ରେ ରୁହନ୍ତି ଲୋକେ କଣ ଜାଣି ନାହାନ୍ତି । କେଉଁ ପ୍ରକାର ଘଟଣା ପୂର୍ବରୁ ଘଟିଛି ଲୋକେ କଣ ଜାଣି ନାହାନ୍ତି କି ? ଲୋକେ ସବୁ ଜାଣିଛନ୍ତି ।ସୂଚନା ଅନୁଯାୟୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ କଥା କୁ ନେଇ ରାଜନୀତି କରୁଛନ୍ତି । ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା କୁ ନେଇ ରାଜନୀତି କରାଯାଏ ନାହିଁ । ଚଳିତ ଥର କୌଣସି ପ୍ରକାର ଅଘଟଣ ଘଟି ନାହିଁ । ରଥଯାତ୍ରା ବନ୍ଦ ହେବା ପରେ ମଧ୍ୟ ଭକ୍ତ ମାନଙ୍କର ଆବେଗ ଥିଲା । ଲୋକେ ବଡ଼ ଦାଣ୍ଡ ରେ ସେମିତି ରହିଥିଲେ । ଚଳିତ ବର୍ଷ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଶେଷ ହୋଇଛି । ଏ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଏକ୍ସ ହ୍ୟାଣ୍ତେଲ ରେ ପୋଷ୍ଟ କରିଛନ୍ତି ।ସେ କହିଛନ୍ତି ଆମେ ଏଠାରେ କାହାକୁ ଦୋଷୀ କରୁ ନାହୁଁ କି ଅଯଥା ବିଳମ୍ବ ପାଇଁ କାହାକୁ ଦାୟୀ ମଧ୍ୟ କରୁ ନାହୁଁ , କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡ଼ିକ ଯେଉଁଭାବେ ଘଟିଲା, ତା’ ଉପରେ ଆମକୁ ଗଭୀର ଚିନ୍ତା ଓ ଦୁଃଖ ମଧ୍ୟ ଦେଇଛି । ସମାନ ଘଟଣା ବାରମ୍ବାର ମହାପ୍ରଭୁଙ୍କ ସହ ହେବ ଉଚିତ କଥା ନୁହେଁ । ଗତ ବର୍ଷ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ପଡ଼ି ଯାଇଥିଲେ । ଏହା ଅଗଣିତ ଭକ୍ତଙ୍କୁ ଆଘାତ ଦେଇଥିଲା । ଯାହାକୁ ଭୁଲିବା କଷ୍ଟକର ।