ଇସ୍ରାଏଲ୍ର ବିମାନ ଆକ୍ରମଣ ଦ୍ୱାରା ଗତକାଲି ରାତିରୁ ଆଜି ପୂର୍ବାହ୍ନ ମଧ୍ୟରେ ଗାଜାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସିଫା ହସ୍ପିଟାଲ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ ୧୨ ଜଣ ପାଲେଷ୍ଟାଇନ୍ ଷ୍ଟାଡିୟମ୍ ନିକଟରେ ଏବଂ ୮ ଜଣ ନିକଟସ୍ଥ ଅଟ୍ଟାଳିକାରେ ଆଶ୍ରୟ ନେଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା ।
ଦୁଇ ଦେଶ ମଧ୍ୟରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଏକ ସପ୍ତାହ ସୁଦ୍ଧା ଦ୍ୱିପକ୍ଷ ମଧ୍ୟରେ ଅସ୍ତ୍ରବିରତି ରାଜିନାମା ସ୍ୱାକ୍ଷରିତ କରାଯିବ । ଇସ୍ରାଏଲ୍ର ରଣନୈତିକ ବ୍ୟାପାର ମନ୍ତ୍ରୀ ରନ୍ ଡର୍ମେର୍ ଏ ସମ୍ପର୍କରେ କଥାବାର୍ତ୍ତା ଲାଗି ଖୁବ୍ ଶୀଘ୍ର ୱାଶିଂଟନ୍ରେ ପହଞ୍ôଚବାର ଆଶା କରାଯାଉଛି ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି । ୨୦୨୩ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଏହି ଦ୍ୱନ୍ଦ୍ୱ ଯୋଗୁଁ ଏ ପର୍ଯ୍ୟନ୍ତ ୫୦ ଜଣ ପଣବନ୍ଦୀ ହମାସ ଅଧୀନରେ ରହିଥିବା ଜଣାଯାଇଛି ।