ପୂରୀ\ନୂଆଦିଲ୍ଲୀ: ପୁରୀ ଅଘଟଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୁଃଖ ପ୍ରକାଶ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ରାହୁଲ ଗାନ୍ଧୀ। ଆହତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ ମଧ୍ୟ କଲେ। ଆହତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କଂଗ୍ରେସ କର୍ମକର୍ତ୍ତାଙ୍କୁ କହିଲେ।
ଏଭଳି ବଡ଼ ଆୟୋଜନର ଗମ୍ଭୀରତା ଦୃଷ୍ଟିରୁ ସୁରକ୍ଷା ସମୀକ୍ଷା ଜରୁରୀ ବୋଲି କହିଲେ ରାହୁଲ।ଏହି ଘଟଣାରେ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦ ଏବଂ ଯନ୍ତ୍ରଣାଦାୟକ କହିଛନ୍ତି। ଏହା ସହିତ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହି ଦଳାଚକଟା ପ୍ରଶାସନ ଅବହେଳାର ପରିଣାମ ବୋଲି କହିଛନ୍ତି କଂଗ୍ରେସ ନେତା।ଆପଣଙ୍କୁ ଜଣାଇ ଦେଉଛୁ ଯେ ରବିବାର ଭୋରୁ ପୁରୀର ଶରଧାବାଲିରେ ରଥ ଉପରେ ଥିବା ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ହୋଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ ସଠିକ ବ୍ୟବସ୍ଥା ହୋଇନଥିବା ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ତିନି ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ଏଥି ସହିତ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସକାଳ ପ୍ରାୟ ଚାରିଟା ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶହ ଶହ ଭକ୍ତ ଏକାଠି ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।