
ଢେଙ୍କାନାଳ ଜିଲ୍ଲା କନ୍ତମିଲ ପଞ୍ଚାୟତ ତର୍କାବେଡା କୁମୁରସିଂହା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରଧାନଙ୍କ ଅବସରକାଳୀନ ବିଦାୟ ସଭା ମହା ସମାରୋହରେ ପାଳିତ ହୋଇଯାଇଛି ।ଶ୍ରୀଯୁକ୍ତ ପ୍ରଧାନ ୬ଜୁଲାଇ ୧୯୯୨ ରେ କାର୍ଯ୍ୟକ୍ଷେତ୍ରରେ ଯୋଗଦାନ ଦେଇ ଆଜି ୩୦ଜୁନ ୨୦୨୫ରେ ଅବସର ଗ୍ରହଣ କରିଥିଲେ ।ତାଙ୍କରି ପ୍ରଚେଷ୍ଟାରେ ଏକ ନୂତନ ଶୈଳୀରେ ପାହାଡଘେରା ଏକ ବନ ବିଦ୍ୟାଳୟ ସ୍ଥାପନ କରିବାରେ ମୂଖ୍ୟ ଅବଦାନ ଗ୍ରହଣ କରିଥିଲେ ।ହିନ୍ଦୋଳ ଅନେକ ବିଦ୍ୟାଳୟ ରେ ବିଦ୍ୟୁତ ନଥିବା ବେଳେ ବିଦ୍ୟାଳୟକୁ ସୌରଚାଳିତ ଆଲୋକରେ ସଜାଇଛନ୍ତି ।ସେଜଣେ ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷକ ଥିଲେ ।କେବଳ ଶିକ୍ଷାରେ ନୁହେଁ କଳା,ଖେଳକୁଦ,ସଂସ୍କୃତି ଆଦି କ୍ଷେତ୍ରରେ ବିଦ୍ୟାଳୟର ଗାରିମା ରାଜ୍ୟସ୍ତରରେ ପହଞ୍ଚାଇଛନ୍ତି ।ହିନ୍ଦୋଳ ରେ ଛାତ୍ରାବାସ ଅଧିକାଂଶ ବିଦ୍ୟାଳୟରେ ନଥିବା ଏଠି ଏକ ସୁନ୍ଦର ଛାତ୍ରବାସ ଚଳାଇଛନ୍ତି ।ଏଥିରେ ୪୦ଜଣ ଛାତ୍ର ରହି ଶିକ୍ଷା ଗ୍ରହଣ କରୁଛନ୍ତି ।ଉତ୍ତମ ପରିବେଶ ସହିତ ଖେଳପଡିଆ,ଉଦ୍ୟାନ,ସାଇକଲ ଷ୍ଟାଣ୍ଡ ଇତ୍ୟାଦି କରିଛନ୍ତି ।ଯାହାକି ତାହା ପୁରାତନ ବନବିଦ୍ୟାଳୟର ସ୍ମୃତି ବହନ କରିଛି ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ପାଇଁ ।


