ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ

ଭଟଲି ୩୦/୬ (ଅଭିମନ୍ୟୁ ପଧାନ) :- ଭଟଲି ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଆଦିତ୍ୟ ଗୋୟଳ ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ସମସ୍ୟା ସମାଧାନର ଦିଗ ଉପରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମୀନା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ ଲୁହା,ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ତହସିଲଦାର ରାମକୃଷ୍ଣ ମିଶ୍ର, ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମାହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ l ଏଥିରେ ୨୯ ଗୋଟି ବ୍ୟକ୍ତିଗତ ଏବଂ ୬ ଗୋଟି ସାମୁହିକ ସହିତ ସମୁଦାୟ ୩୫ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା l ତନ୍ମଧ୍ୟରୁ କିଛି ବୃକକ୍ ରୋଗୀ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ପାଇଁ ଆବେଦନ କରିଥିଲେ। ଜିଲ୍ଲାପାଳ ସେମାନଙ୍କୁ ଆର୍ଥିକ ତଥା ମାଗଣା ଔଷଧ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ସୂଚାଇଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ତାହିର ହୁସେନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଲେଇ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଆଶିଷ ନାଏକ, ମନିଷ କୁମାର ସାହୁ ତଥା ବ୍ଲକ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
